ବିଧାନସଭାରେ ନବଦାସଙ୍କ ହତ୍ୟାର ଗୁମର ଖୋଲିବ : ଜୟନାରାୟଣ

ଭୁବନେଶ୍ୱର:ପୁଲିସ ଅଧିକାରୀ ଓ ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଠେଲାପେଲା ପ୍ରସଙ୍ଗକୁ ନେଇ ଏବେ ଜୋରଧରିଛି ରାଜନୀତି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଚପାଇ ଦେବା ପାଇଁ ଏହା ବିଜେଡିର ପ୍ରାୟୋଜିତ କାର୍ୟ୍ୟକ୍ରମ ବୋଲି ବିଜେପି ଅଭିଯୋଗ କରୁଛି । ଏହାରି ଭିତରେ ଜୟନାରାୟଣ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ବିଧାନସଭାରେ ନବଦାସଙ୍କ ହତ୍ୟାର ଗୁମର ଖୋଲିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।   ଷଡଯନ୍ତ୍ରକାରୀ ମାନେ ମୋ ବିରୋଧରେ  ଯୋଉ ପ୍ରାୟୋଜିତ କାର୍ୟ୍ୟକ୍ରମ କରୁଛନ୍ତି ତାହାର ପର୍ଦ୍ଧାଫାସ ହେବ ବୋଲି ସେ କହିଛନ୍ତି ।  ମୋତେ ମ୍ୟାନେଜ ନକରିପାରିବାରୁ ଏହି ଷଡଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ଜୟନାରାୟଣ । ଅନେକ ରହସ୍ୟ ରହିଛି ମୁଦାଲାଙ୍କୁ ଖସାଇବାକୁ ପୋଲିସ ପ୍ରାଣପଣେ ଉଦ୍ୟମ କରୁଛି ବୋଲି ଜୟନାରାୟଣ କହିଛନ୍ତି । ମୁଁନବଦାସ ହତ୍ୟାକାଣ୍ଡର ଗୁମର ଖୋଲୁଛି ବୋଲି ମୋତେ ପରୋକ୍ଷରେ ସେମାନେ ଭୟଭୀତ କରାଉଛନ୍ତି । ମୋ ବିରୋଧରେ ଅଭିଯୋଗର ଆଲୋଚନା ଚାହୁଁଥିଲେ ପ୍ରସ୍ତୃତ ଅଛି । ମୋ ବାସଭବନ ଆଗରେ ବିକ୍ଷୋଭ ଷଡଯନ୍ତ୍ରକାରୀ ଙ୍କ ପ୍ରାୟୋଜିତକାର୍ୟ୍ୟକ୍ରମ ବୋଲି ବିରୋଧୀ ଦଳ ନେତା ଜୟନାରାୟର ମିଶ୍ର କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button