ବାଦ ପଡ଼ିଲେ ରୋହିତ ପୂଜାରୀ, ଉଷା ଦେବୀ ଓ ଟୁକୁନି ସାହୁ

ଭୁବନେଶ୍ୱର: ଆଗକୁ ୨୦୨୪ ନିର୍ବାଚନ । ଏନେଇ ସବୁ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାରି ଭିତରେ ବିଜେଡି ରାଜ୍ୟସଭାପତି ନବୀନ ପଟ୍ଟନାୟକ ବିଜେଡି ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତ କରିଛନ୍ତି । ୩୦ଟି ଜିଲ୍ଲା ପାଇଁ ୩୦ ଜଣଙ୍କୁ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ କରାଯାଇଛି ।  କିଛି ନେତାକୁ ଏକାଧିକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଏହାଛଡ଼ା ପୂର୍ବରୁ ଯେଉଁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ସେମାନଙ୍କ ମଧ୍ୟରୁ କିଛି ନେତାଙ୍କ ଜିଲ୍ଲା ବି ପରିବର୍ତ୍ତନ କରାଯାଇଛି । ପର୍ଯ୍ୟବେକ୍ଷକ ତାଲିକାରେ ୯ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ଏହି ପର୍ଯ୍ୟବେକ୍ଷକ ତାଲିକାରୁ ୩ ଜଣ ମନ୍ତ୍ରୀଙ୍କୁ ବାଦ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସାମିଲ ଅଛନ୍ତି । ଏହାଛଡ଼ା ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଉଷା ଦେବୀଙ୍କୁ ବି ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ଦିଆଯାଇଛି । ଉଷା ଦେବୀଙ୍କ ସ୍ଥାନରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଟକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।  ଟୁକୁନି ସାହୁଙ୍କ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।  ସେହିପରି ରୋହିତ ପୂଜାରୀଙ୍କ ସ୍ଥାନରେ ଦେବେଶ ଆଚାର୍ଯ୍ୟଙ୍କୁ ସୁବର୍ଣ୍ଣପୁର ଦାୟିତ୍ୱ ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button