ରାଜଧାନୀରେ ଚାଞ୍ଚଲ୍ୟ: ୟୁଟୁବରଙ୍କୁ ହତ୍ୟା, ୩ ମାସ ତଳେ ହୋଇଥିଲା ବାହାଘର

ଭୁବନେଶ୍ବର: ରକ୍ତରଞ୍ଜିତ ହେଲା ରାଜଧାନୀ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନି ଗାଁ ସ୍କୁଲ ପଡ଼ିଆରେ ଗତକାଲି ରାତି ପ୍ରାୟ 10ଟା ବେଳେ ଜଣେ ଯୁବ ବ୍ୟବସାୟୀଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତକ ହେଲେ ଜଗନ୍ନାଥନଗରର ରାହୁଲ ରଞ୍ଜନ ମହାରଣା । ରାହୁଲ ଜଣେ ୟୁଟୁବର ଭାବେ ମଧ୍ୟ ବେଶ୍ ଜଣାଶୁଣା । ସେ ଓଡ଼ିଆ ଆଲବମ୍ ଅଭିନେତ୍ରୀ ଦିବ୍ୟାଦର୍ଶିନୀ ଦାସଙ୍କ ସ୍ୱାମୀ ବୋଲି ଜଣାପଡିଛି । ରାହୁଲଙ୍କ ପଳାଶୁଣୀରେ କାନାଲ ରୋଡରେ ଏକ ଗ୍ୟାସ ଏଜେନ୍ସି ଅଛି । ୩ ମାସ ତଳେ ରାହୁଲ ବିବାହ କରିଥିଲେ । କ୍ୟାପିଟାଲ ହସ୍ପିଟାଲରେ ରାହୁଲଙ୍କ ମୃତଦେହକୁ ରଖାଯାଇଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ପଡ଼ିଆ ମଝିରେ ମଦ୍ୟପାନକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ସ୍ଥାନୀୟ ଲୋକ କହିଛନ୍ତି । ପୋଲିସ ହତ୍ୟା ପଛରେ ପ୍ରକୃତ କାରଣ ଜାଣିବାକୁ ଅନୁସନ୍ଧାନ ଜାରି ରଖିଛି ।



