ଫେରାର ବସ୍ ଚାଳକ ଭୁବନେଶ୍ୱରରୁ ଗିରଫ

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଭୟାବହ ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା ଓଏସଆରଟିସି ବସ୍ ର ଚାଳକ ମାନସ କୁମାର ପ୍ରଧାନଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରିଛି। କମିଶନରେଟ୍ ପୋଲିସ ସହାୟତାରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଠାଇ ଆଣି ଦିଗପହଣ୍ଡି ଥାନାରେ ଜେରା କରିବା ପରେ ମାନସଙ୍କୁ ଗିରଫ କରାଯାଇଛି। ଏବଂ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଗତ ରବିବାର ବିଳମ୍ବିତ ରାତିରେ କନ୍ୟା ଯାତ୍ରୀଙ୍କୁ ଧରି ନିକଟସ୍ଥ ଖଣ୍ଡଦେଉଳି ଗ୍ରାମକୁ ଫେରୁଥିବା ମିନି ବସ୍ ସହ ଓଏସଆରଟିସି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉକ୍ତ ଦୁର୍ଘଟଣାରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ବହୁ ଯାତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହି ଦୁର୍ଘଟଣା ସ୍ଥଳରୁ ଚାଳକ ମାନସ ଫେରାଇ ହୋଇ ଯାଇଥିଲା। ଏବେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି। ଚିକିଟି ଏସଡିପିଓ ଓ ଦିଗପହଣ୍ଡି ଥାନା ଅଧିକାରୀ ଉକ୍ତ ମାମଲାର ତଦନ୍ତ ଦାୟିତ୍ୱ ଚଳାଇଛନ୍ତି।

Related Articles

Leave a Reply

Your email address will not be published.

Back to top button