ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍‌ରେ ରେଡ୍‌

ଭୁବନେଶ୍ଵର : ଆକ୍ସନରେ କମିଶନରେଟ୍‌ ପୋଲିସ । ରାଜଧାନୀର ବିଭିନ୍ନ ବାର୍ ଓ ନାଇଟ କ୍ଳବ୍‌ରେ ଚଢ଼ାଉ। କଟକ ରୋଡ ସ୍ଥିତ ହୋଟେଲ ଦିପାଲି, ବାର୍ବି, କିପ ଇଟ ଅପ୍, ରସୁଲଗଡ ସ୍ଥିତ ହୋଟେଲ ଉର୍ମି ଉପରେ ଚଢାଉ କରାଯାଇଛି। ଖବର ଅନୁଯାୟୀ, ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲୁଥିଲା ବାର୍ ।  ଖାସ୍‌ କରି ନିୟମ ମାନୁନଥିବା ବାର୍ ଗୁଡ଼ିକ ଉପରେ ଏହି ଚଢ଼ାଉ କରାଯାଇଛି। ଏହି ଚଢାଉରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ଟିମ୍ ୬୦ ଓ ପିଓପିଡି ଅଧିକାରୀମାନେ ସାମିଲ ହୋଇଥିଲେ । ସେଫ୍ ସିଟି ଡ୍ରାଇଭ୍ ଅଭିଯାନ ଆଧାରରେ ଏହି ରେଡ କରିଛି ପୋଲିସ୍ । ରେଡ୍‌ ବେଳେ ବାର ଗୁଡ଼ିକରେ ଯେଉଁ ଗ୍ରାହକମାନେ ଥିଲେ ସେମାନଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button