ରଙ୍ଗିଲା ବାବାଙ୍କ ରଙ୍ଗୀନ ଖେଳ: ନିଶା ବଟିକା ଦେଇ ଯୁବତୀକୁ ଦୁଷ୍କର୍ମ, ବାବା ଗିରଫ

ଭୁବନେଶ୍ୱର : ନିଜକୁ ଜଣେ ବାବାର ପରିଚୟ ଦେଇ ସେ ରେଢ଼ାଖୋଲ ଅଂଚଳରେ ରହି ଆସୁଥିଲେ। ହେଲେ ବାବା ଶେଷରେ ଜଣେ ଅବିବାହିତା ଝିଅକୁ ଦୁଷ୍କର୍ମ କରି ବେଶ ଚର୍ଚ୍ଚିତ ହେବେ ଏ କଥାକୁ କେହି କେବେ ବି ବିଶ୍ୱାସ କରି ପାରୁ ନ ଥିଲେ। ବାବା ଏମିତି କୁକର୍ମ କରି ଶେଷରେ ଜେଲ ଯିବା ଭଳି ଘଟଣା ଘଟିଛି ରେଢ଼ାଖୋଲ ଥାନା ଅଂଚଳରେ। ଏଇ ଘଟଣାଟି ଜଣା ପଡିବା ପରେ ରେଢ଼ାଖୋଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ଯୁବତୀକୁ ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଆଶ୍ରମରେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିବା ପରେ ବାବାକୁ ଗିରଫ କରିଛି ରେଢ଼ାଖୋଲ ପୋଲିସ। ରେଢ଼ାଖୋଲ ଅଂଚଳର ଜଣେ ଯୁବତୀଙ୍କ ଦେହ ବାରମ୍ବାର ଖରାପ ହେବା ସହ ଏସିଡିଟି ଥିବାରୁ ଉକ୍ତ ରୋଗର ଚିକିତ୍ସା ପାଇଁ ରେଢ଼ାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲାଙ୍କ ଆଶ୍ରମକୁ ଯାଇଥିଲେ। ସେଠାରେ ବାବାଙ୍କ ସହ କଥାବାର୍ତ୍ତା ହେବା ପରେ ବାବା କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ। ଏବଂ ଏକ ମାସ ପରେ ପୁଣିଥରେ ଆସି ଔଷଧ ନେବାକୁ କହିଥିଲେ। ହେଲେ ଯୁବତୀ ଜଣଙ୍କ ବାବାଙ୍କ କଥା ଅନୁଯାୟୀ ଆସି ପାରି ନ ଥିଲେ। ଗତ ଗୁରୁବାର ସକାଳେ ଯୁବତୀ ଜଣକ ତାଙ୍କ ସମ୍ପର୍କୀୟ ଜଣକୁ ରେଢ଼ାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ।‌ ରେଢ଼ାଖୋଲ ଆସିଥିବାରୁ ବାବାଙ୍କୁ ଫୋନ କରି ନିଜ ପାଇଁ ଔଷଧ ଦେବାକୁ କହିଥିଲେ ଏବଂ ବାବା ଯୁବତୀଙ୍କୁ ବୈଷ୍ଣବ ଝୁଲି ଆଶ୍ରମ କୁ ଆସି ଔଷଧ ନେଇଯିବା ପାଇଁ କହିଥିଲେ। ଯୁବତୀ ଜଣକ ବାବାଙ୍କ କଥା ଅନୁସାରେ ଆଶ୍ରମରେ‌ ପହଞ୍ଚିଥିଲେ। ଏବଂ ବାବା ତାଙ୍କୁ ୪ ଟି ବଟିକା ଖାଇବାକୁ ଦେଇଥିଲେ। ବଟିକା ଖାଇବାପରେ ଯୁବତୀ ଜଣଙ୍କ ଅଚେତ ହୋଇଯାଇଥିଲେ। ଅଚେତ ଅବସ୍ଥାରେ ଯୁବତୀକୁ ବାବା ଦୁଷ୍କର୍ମ କରିଥିଲେ। ପରେ ଯୁବତୀଙ୍କ ଚେତା ଫେରିବାରୁ ତାଙ୍କୁ ଏକ ଅଟୋରେ ବସାଇଦେଇଥିଲେ। ହେଲେ ଯୁବତୀ ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ମୁର୍ମୁଷୁ ଅବସ୍ଥାରେ ମେଡିକାଲ ଛକରେ ପଡିରହିଥିଲେ। ଖବରପାଇ ମେଡିକାଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ। ସେପଟେ ଯୁବତୀଙ୍କ ପରିବାର ଲୋକ ଖବର ପାଇ ରେଢ଼ାଖୋଲ ଆସି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ପାଇବା ପରେ ପୋଲିସ ଶୁକ୍ରବାର ବାବା ପ୍ରଫୁଲ୍ଲ ମହଲା କୁ ଆଶ୍ରମରୁ ଗିରଫ କରି ତଦନ୍ତ କରୁଥିବା ସୂଚନା ମିଳିଛି। ସୂଚନା ଥାଉକି ପୂର୍ବରୁ ବାବା ନାକଟିଦେଉଳ ବ୍ଲକ କୁଞ୍ଜବନ ମଠରେ ଦୀର୍ଘ ବର୍ଷ ରହି ଆସୁ ଥିଲେ ହେଲେ ସେଠାରେ ବାବା ଲୋକ ମାନଙ୍କ ସହ ଝାମେଲା କରିବାରୁ ସେଠାରୁ ତଡା ଖାଇଥିଲେ। ଏମିତି ସେ ବୌଦ୍ଧ, ସୋନପୁର ଜିଲ୍ଲା ରୁ କେତେକ ମଠରେ ଥାଇ ତଡା ଖାଇଥିବା ଅନୁସନ୍ଧାନ ରୁ ଜଣା ପଡିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ରେଢ଼ାଖୋଲ ଥାନାଧିକାରୀ ସବିତା ଵାଳା ସେଠି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button