ରେଳ ମନ୍ତ୍ରୀଙ୍କ ସୂଚନା: ଏଥର ଓଡ଼ିଶାକୁ ୧୦ ହଜାର କୋଟି ଅନୁଦାନ ରାଶି

ଭୁବନେଶ୍ୱର: ଚଳିତ ମାସ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ । ତେବେ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ବଜେଟ ଆଗତ କରିଛନ୍ତି । ରେଳ ବଜେଟରେ ଓଡ଼ିଶାକୁ କେତେ ଅନୁଦାନ ମିଳିବ ସେନେଇ ରାଜ୍ୟବାସୀ ଉତ୍ସୁକତାର ସହିତ ଚାହିଁ ରହିଥିବା ବେଳେ ରେଳମନ୍ତ୍ରୀ ଅଶ୍ୱିନୀ ଏନେଇ ଘୋଷଣା କରିଛନ୍ତି । ତେବେ ରେଳ ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟ ସରକାର ୮୪୦୦ କୋଟି ମାଗିଥିବା ବେଳେ କେନ୍ଦ୍ର ସରକାର ଅଧିକ ଅର୍ଥ ପ୍ରଦାନ କରିଛନ୍ତି । ଚଳିତ ବର୍ଷ ୨୮୦ କିମିର ରେଳପଥ ନିର୍ମାଣ କରାଯିବା ସହ ୫୭ଟି ଷ୍ଟେସନର ଆଧୁନିକୀକରଣ କରାଯିବ । ଡବଲିଂ ପାଇଁ ୩୮୦୦ କୋଟି ଓ ନୂଆ ଲାଇନ୍ ପାଇଁ ୨୫୬୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

Related Articles

Leave a Reply

Your email address will not be published.

Back to top button