ରାଗିଂ ଘଟଣା : ଭିସୁଟରୁ ବର୍ଷେ ପାଇଁ ବହିଷ୍କୃତ ହେଲେ ୩ ଛାତ୍ର

ବୁର୍ଲା : ବୁର୍ଲା ଭିସୁଟରେ ରାଗିଂ ଘଟଣାରେ ୭ ଛାତ୍ରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ। ଭିସୁଟରୁ ବର୍ଷେ ପାଇଁ ବହିଷ୍କୃତ ହେଲେ ୩ ଛାତ୍ର। ଏହା ସହ ୪ ଛାତ୍ରଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ନିଆଯାଇଛି। ରାଗିଂ ବିରୋଧରେ ଭିସୁଟ୍ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ପ୍ରକାଶ ଥାଉକି, ଭିସୁଟରେ ଜଣେ ଦ୍ଵିତୀୟ ବର୍ଷର ଛାତ୍ର ହଷ୍ଟେଲ ରୁମରେ ଶୋଇଥିବା ବେଳେ କିଛି ଚତୁର୍ଥ ବର୍ଷର ଛାତ୍ର ପଶି ଆସିଥିଲେ। ଜୁନିଅର ଛାତ୍ରଙ୍କୁ ସିନିୟର ଛାତ୍ରମାନେ ପ୍ରବଳ ମାଡ଼ ମାରିବା ସହ ରାଗିଂ କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ଉକ୍ତ ଛାତ୍ରଙ୍କୁ ପରେ ଆକ୍ରମଣ କରାଯାଇଥିଲା। ଏନେଇ ଛାତ୍ର ଜଣଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ବୁର୍ଲା ପୁଲିସ କ୍ୟାମ୍ପସରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

Related Articles

Leave a Reply

Your email address will not be published.

Back to top button