କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ରହ୍ମପୁର ଓ କଟକ ଠାରୁ ପୁରୀକୁ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ଵର: କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ରହ୍ମପୁର ଓ ପୁରୀ ଠାରୁ ଅଣସଂରକ୍ଷିତ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇ ଅଛି।

ବ୍ରହ୍ମପୁର – ପୁରୀ ସ୍ୱତନ୍ତ୍ର ଟ୍ରେନ: 08464/08463 ବ୍ରହ୍ମପୁର – ପୁରୀ -ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ ବ୍ରହ୍ମପୁର ଠାରୁ ନଭେମ୍ବର 26 ତାରିଖ ରବିବାର ଦିନ ସନ୍ଧ୍ୟା 8ଘ.40ମି. ରେ ଛାଡି ପୁରୀ ଠାରେ ରାତ୍ରୀ 11ଘ.45ମି. ରେ ପହଞ୍ଚିବ। ଫେରିବା ମାର୍ଗରେ ଏହା ପୁରୀ ଠାରୁ ନଭେମ୍ବର 27 ତାରିଖ ସୋମବାର ଭୋର 5ଘ.30ମି. ରେ ପୁରୀ ଛାଡି ବ୍ରହ୍ମପୁର ଠାରେ ପୂର୍ବାହ୍ନ 8ଘ.35ମି. ରେ ପହଞ୍ଚିବ। ବ୍ରହ୍ମପୁର ଓ ପୁରୀ ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ ଏବଂ ଖୋର୍ଦ୍ଧା ରୋଡ଼ ପରିବର୍ତ୍ତେ ଅରୁଗୁଳ – ହରିପୁର ଗ୍ରାମ ମାର୍ଗରେ ଯାତାୟାତ କରିବ।

କଟକ – ପୁରୀ – କଟକ ପାସେଞ୍ଜର ସ୍ପେଶାଲ: 08465/08466 କଟକ – ପୁରୀ -କଟକ ସ୍ୱତନ୍ତ୍ର ଟ୍ରେନ କଟକ ଠାରୁ ନଭେମ୍ବର 26 ତାରିଖ ରବିବାର ଦିନ ରାତ୍ରୀ 11ଘ.30ମି. ରେ ଛାଡି ପୁରୀ ଠାରେ ରାତ୍ରୀ 1ଘ.30ମି. ରେ ପହଞ୍ଚିବ।  ଫେରିବା ମାର୍ଗରେ ଏହା ପୁରୀ ଠାରୁ ନଭେମ୍ବର 27 ତାରିଖ ସୋମବାର ପୂର୍ବାହ୍ନ 9ଘ.30ମି. ରେ ପୁରୀ ଛାଡି କଟକ ଠାରେ ପୂର୍ବାହ୍ନ 11ଘ.30ମି. ରେ ପହଞ୍ଚିବ। କଟକ ଓ ପୁରୀ ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ।

ପୁରୀ – ବ୍ରହ୍ମପୁର ସ୍ପେଶାଲ: 08481 ପୁରୀ – ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ନଭେମ୍ବର 27 ତାରିଖ ସୋମବାର ଦିନ ସନ୍ଧ୍ୟା 6ଘ.30ମି. ରେ ଛାଡି ବ୍ରହ୍ମପୁର ଠାରେ ରାତ୍ରୀ 9ଘ.39ମି. ରେ ପହଞ୍ଚିବ। ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ ଏବଂ ଖୋର୍ଦ୍ଧା ରୋଡ଼ ପରିବର୍ତ୍ତେ ଅରୁଗୁଳ – ହରିପୁର ଗ୍ରାମ ମାର୍ଗରେ ଯାତାୟାତ କରିବ।

Related Articles

Leave a Reply

Your email address will not be published.

Back to top button