ଇଟ୍ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ

ଭୁବନେଶ୍ବର: ଇଣ୍ଟରନ୍ୟାସନାଲ ଥିଏଟରର ସୁବର୍ଣ୍ଣ ଜୟନ୍ତୀ ବର୍ଷ ଓ ନାଟ୍ୟ ଜଗତର ପ୍ରବାଦ ପୁରୁଷ ସ୍ବର୍ଗତ ମନୋରଞ୍ଜନ ଦାସଙ୍କ ଜନ୍ମଶତବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରବିନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିବା ନାଟକ ‘ଆଗାମୀ’ ର କଳାକାର ତଥା ସହଯୋଗୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଏହି ସମ୍ବର୍ଦ୍ଧନା ସଭାରେ ଓଡିଶା ନାଟ୍ୟ ସଂଘର ସଭାପତି ମନୋଜ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନାଟ୍ୟକାର ପ୍ରସନ୍ନ ମିଶ୍ର ଓ ସୁବୋଧ ପଟ୍ଟନାୟକ ଯୋଗଦେଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଇଟ୍ ଋ ନିର୍ଦ୍ଦେଶକ ତଥା ନାଟକର ନିର୍ଦ୍ଦେଶକ ମିହିର ମେହେର ସଭାପତିତ୍ବ କରି ସଭା ପରିଚାଳନା କରିଥିବା ବେଳେ ନାଟକରେ ଅଭିନୟ କରିଥିବା କଳାକାର ଅବିନାଶ ଦଣ୍ଡପାଟ, କୁମାରଶ୍ରୀ ସୁରଜିତ ପ୍ରସାଦ, ଧରିତ୍ରୀ ଖଣ୍ଡୁଆଳ, ରାଜକିଶୋର ମହାନ୍ତି, ଦିଲ୍ଲୀପ ଦାଶଶର୍ମା, ଜିତେନ୍ଦ୍ର ପଟ୍ଟନାୟକ, ଉପେନ୍ଦ୍ର ପତି, ରବି ରାୟ, ସଂଜୟ ପ୍ରଧାନ, ବନ୍ଦନା ଦାଶ ଓ ସତ୍ୟ ଦାସ ଆଦିଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଇଟ୍ ର ସାଧାରଣ ସମ୍ପାଦକ ସୁରେଶ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Articles

Leave a Reply

Your email address will not be published.

Back to top button