ଆଜି ବିଧାନସଭା ଆଗରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ

ଭୁବନେଶ୍ୱର : ବିଧାନସଭା ଆଗରେ ପୁଣି ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ । ହଜାରେ ହଜାରେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଏକାଠି ହୋଇଛନ୍ତି । ୨ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।ଭୁବନେଶ୍ୱର ଲୋଏର୍ ପିଏମଜିରେ ହଜାର ହଜାର ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଏକାଠି ହୋଇଛନ୍ତି । ଗ୍ରେଡ୍ ପେ ୪୨୦୦ କରିବାକୁ ସେମାନଙ୍କର ମୁଖ୍ୟ ଦାବି ରହିଛି । ସେହିପରି କଣ୍ଟ୍ରାକଚ୍ୟୁଆଲ୍ ଉଚ୍ଛେଦ ମଧ୍ୟ ଦାବି ରହିଛି । ସମସ୍ତ ରାଜ୍ୟରେ ୪୨୦୦ ଗ୍ରେଡ୍ ପେ ଲାଗୁ ହୋଇଥିବାବେଳେ କେବଳ ଓଡ଼ିଶାରେ ୨୨୦୦ ଟଙ୍କା ମିଳୁଛି ବୋଲି ଅଭିଯୋଗ କରିଛନ୍ତି । ଯେପର୍ଯ୍ୟନ୍ତ ସରକାର ଦାବି ମାନି ନେଇ ନାହାଁନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଧମକ ଦେଇଛନ୍ତି ।



