ଓଡ଼ିଶାରେ ରାଷ୍ଟ୍ରପତି

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କିଛି ସମୟ ତଳେ ସ୍ବତନ୍ତ୍ର ବାୟୁସେନା ବିମାନରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ସ୍ବାଗତ କରିଛନ୍ତି । ଭୁବନେଶ୍ବରରୁ ରାଷ୍ଟ୍ରପତି କଣ୍ଟିଲୋ ନୀଳମାଧଵ ମନ୍ଦିର ଯିବେ । ନୀଳ ମାଧବଙ୍କୁ ଦର୍ଶନ ପରେ ଶବରରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ଯିବେ । କାଳିଆପଲ୍ଲୀରେ ଶବର ସମାଜର ଯଜ୍ଞରେ ଆହୂତି ଦେଇ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଏହାପରେ ବିଶ୍ୱାବସୁଙ୍କ ତପସ୍ୟା ସ୍ଥଳକୁ ଯାଇ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଫେରି ଭୁବନେଶ୍ବର ରାଜଭବନରେ ରାତ୍ରିଯାପନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୟାଗଡ଼ରେ ୩୦ ପ୍ଲାଟୁନ ପୋଲିସ ଓ ଭୁବନେଶ୍ବରରେ ୧୨ ପ୍ଲାଟୁନ ପୋଲିସ ମୁତୟନ ହେବେ । ୩ ଡିସିପି ରାଙ୍କର ଅଫିସରଙ୍କ ସହ ୩ଜଣ ADCP , ୧୪ ଜଣ ଏସିପି , ୨୦ ଇନ୍ସପେକ୍ଟର ଏବଂ ୧୧୦ ସବ ଇନିସ୍ପେକ୍ଟର ନିୟୋଜିତ ହେବେ । ୨୫ ତାରିଖ ଦିନ ସେ ପୁଣି ଦିଲ୍ଲୀ ଫେରିଯିବେ ।