ଦାୟିତ୍ୱ ନେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର, ନବରଙ୍ଗପୁର: ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଜପତି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ମାଲକାନାଗିରି ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ଦିଗରେ ସେ କାର୍ଯ୍ୟକରିବେ । ରାଜ୍ୟ ସରକାରଙ୍କ ସମସ୍ତ ସ୍କିମ୍‌ର ସୁବିଧା ଯେପରି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବ ସେଥିପ୍ରତି ଶ୍ରୀ ମାଝୀ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ବିଶେଷ କରି ଅନୁସୂଚୀତ ଜନଜାତି, ଜାତି ଓ ସଂଖ୍ୟାଲଘୁମାନେ କିପରି ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ପାଇପାରିବେ ସେ ଦିଗରେ ବିଶେଷ ଧ୍ୟାନଦେବେ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା, ଲକ୍ଷ୍ମୀପୁର, କୋରାପୁଟ ଓ ଗୁଣୁପୁର ବିଧାୟକଙ୍କ ସମେତ ବିଭାଗୀୟ ସଚିବ, ବିଜେଡି ନେତା ସରୋଜ ପାତ୍ର, ରାଜ୍ୟ ଯୁବ ବିଜେଡି ସମ୍ପାଦକ ରବି ରାଜେଶ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମିତ ପୁଜାରୀ, ମାଲକାନାଗିରି ଜିଲ୍ଲା ବିଜେଡି ମହିଳା ସଭାପତି ଲକ୍ଷ୍ମୀପ୍ରିୟା ନାୟକ, ନବରଙ୍ଗପୁର ଜିଲ୍ଲା ରାଇଘର ଜୋନ ଜିଲ୍ଲାପରିଷଦ ସଭ୍ୟ ଯତୀନ୍ଦ୍ର ଗଣ୍ଡ, ତେନ୍ତୁଳିଖୁଣ୍ଟି ଲ୍ୟାମ୍ପସ ସଭାପତି ଅଖିଳ ଭତରା ଏବଂ ଫାରୁକ ଅହମ୍ମଦଙ୍କ ସମେତ ୯ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Related Articles

Leave a Reply

Your email address will not be published.

Back to top button