କବି ଶୈଳଜ ରବି ପାଇବେ ପ୍ରଚାରକ ଅନନ୍ତ ମିଶ୍ର ସାହିତ୍ୟ ସମ୍ମାନ

ଭୁବନେଶ୍ବର (ଭିଓଭି): ୨୨ ସେପ୍ଟେମ୍ବର ୨୦୨୪ ରବିବାର ଅପରାହ୍ଣ ତିନିଟା ବେଳେ ଭକ୍ତ ସାଲବେଗ ସମାଧି (ପାଠାଗାର) ପ୍ରାଙ୍ଗଣରେ ସତ୍ୟବାଦୀ ଯୁଗସ୍ରଷ୍ଟା ତଥା ଉତ୍କଳମଣି ଗୋପବନ୍ଧୁଙ୍କ ପରମ ସଖା ପୁଣ୍ୟାତ୍ମା ପ୍ରଚାରକ ଅନନ୍ତ ମିଶ୍ରଙ୍କର ୧୪୧ ତମ ରାଜ୍ଯସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି ଗାଳ୍ପିକ ରବୀନ୍ଦ୍ରନାଥ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ ହେମନ୍ତ କୁମାର ଛୋଟରାୟଙ୍କ ସଂଯୋଜନାକ୍ରମେ କବି ବିଜୟକୁମାର ପରିଡା, ପଣ୍ଡିତ ସଦାଶିବ ମିଶ୍ର, ଭାରତ ବିକାଶ ପରିଷଦର ସମ୍ପାଦକ ନବଘନ ଶତପଥୀ, କବୀ କମଳିନୀ ପାଣିଗ୍ରାହୀ, କବି ସୁରେଶ କୁମାର ପଟ୍ଟନାୟକ, କବୀ ମନୋରମା ଛାଟୋଇ ଆଚାର୍ଯ୍ୟ, ଶ୍ରୀ ଆଚାର୍ଯ୍ୟ, ବରିଷ୍ଠ ଶିକ୍ଷାବିତ୍ କାହ୍ନୁଚରଣ ପ୍ରଧାନ ପ୍ରମୁଖ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ପ୍ରସ୍ତୁତି କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା । ଆସନ୍ତା ୩ ନଭେମ୍ବର ୨୦୨୪ ଦିନ ମହାତ୍ମାଙ୍କର ଜୟନ୍ତୀ ପାଳନ ନିମନ୍ତେ କବି ଶୈଳଜ ରବି ଏବଂ ପଦ୍ମଶ୍ରୀ ପ୍ରଭାକର ମହାରଣାଙ୍କୁ ତାଙ୍କର ଆଜୀବନ ସାଧନା ବ୍ୟାପ୍ତୀ ନିମନ୍ତେ ପ୍ରଚାରକ ଅନନ୍ତ ମିଶ୍ର ସାହିତ୍ୟ ସମ୍ମାନ ଓ ପ୍ରଚାରକ ଅନନ୍ତମିଶ୍ର ଶିଳ୍ପୀ ସମ୍ମାନ ପ୍ରଦାନ କରାଯିବ ବୋଲି ଆନୁଷ୍ଠାନିକ ଭାବରେ ଅନୁଷ୍ଠାନର ସମ୍ପାଦକ ପଣ୍ଡିତ ବିଜୟକୁମାର ଛାଟୋଇ ପ୍ରକାଶ କରିଛନ୍ତି । ପରିଶେଷରେ ସୁରେଶ କୁମାର ପଟ୍ଟନାୟକ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Related Articles

Leave a Reply

Your email address will not be published.

Back to top button