ମାର୍କେଟକୁ ଆସିଲା ପୋକୋ ଏକ୍ସ୫ ପ୍ରୋ ୫ଜି

ଭୁବନେଶ୍ୱର : ଭାରତର ଅଗ୍ରଣୀ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋ, ଏହାର ପରବର୍ତ୍ତୀ ଏକ୍ସ-ସିରିଜ୍‌ର ଉନ୍ମୋଚନ ଘୋଷଣା କରିଛି । ପୋକୋ ଏକ୍ସ୫ ପ୍ରୋ ୫ଜି ଅନେକ ଶିଳ୍ପ ପ୍ରଥମ ଓ ଶକ୍ତିଶାଳୀ ଫିଚର ଯେପରିକି ସ୍ନାପ୍‌ଡ୍ରାଗନ୍ ୭୭୮ଜି ପ୍ରୋସେସର, ୬.୬୭ ଇଞ୍ଚ୍ ଏକ୍ସଫିନିଟି ଆମୋଲେଡ୍ ଡିସ୍‌ପ୍ଲେ, ଡଲ୍‌ବି ଭିଜନ ଓ ଡଲ୍‌ବି ଅଟ୍‌ମୋସ ସପୋର୍ଟ ଏବଂ ୧୦୮ ଏମ୍‌ପି ଟ୍ରିପଲ କ୍ୟାମେରା ସେଟ୍‌ଅପ୍ ସହ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀରେ ସୁସଜ୍ଜିତ ରହିଛି । ଏହାର ୬୭ ୱାଟ୍ ଫାଷ୍ଟ୍ ଚାର୍ଜିଙ୍ଗ୍ ଏହି ସ୍ମାର୍ଟଫୋନ୍‌କୁ କେବଳ ୪୫ ମିନିଟ୍‌ରେ ସମ୍ପୂର୍ଣ୍ଣ ଚାର୍ଜ କରିଥାଏ । ଦୁଇଟି ଭାରିଆଣ୍ଟ୍ ଯଥା ୬ଜିବି+୧୨୮ଜିବି ଓ ୮ଜିବି+୨୫୬ଜିବିରେ ଶୁଭାରମ୍ଭ ହୋଇଥôବ । ପୋକୋ ଏକ୍ସ୫ ପ୍ରୋ ୫ଜିର ମୂଲ୍ୟ ଯଥାକ୍ରମେ ୨୨,୯୯୯ ଟଙ୍କା ଓ ୨୪୯୯୯ ଟଙ୍କା ରହିଛି । ଫେବୃଆରୀ ୬ ତାରିଖରୁ ଫ୍ଲିପ୍‌କାର୍ଟ ମାଧ୍ୟମରେ ଏହା ଉପଲବ୍ଧ ହୋଇଯାଇଛି । ଏ ସମ୍ପର୍କରେ ପୋକୋ ଇଣ୍ଡିଆର କଣ୍ଟ୍ରି ହେଡ୍ ହିମାଂଶୁ ଟଣ୍ଡନ କହିଛନ୍ତି, ‘ଆମେ ବିଶ୍ୱାସ କରୁଛୁ ଯେ, ପୋକୋ ଏକ୍ସ-ସିରିଜ୍ ସ୍ଥିତିକୁ ଆହ୍ୱାନ କରିବାର ଆମର ବ୍ରାଣ୍ଡ ପରିଚୟକୁ ପ୍ରତିଫଳନ କରୁଛି ଏବଂ ଏହାକୁ ଆଉ ଏକ ସ୍ତର ଉପରକୁ ନେଉଛି ୨୦୨୧ରେ ୨୦୦୦୦ ଟଙ୍କାରୁ କମ୍ ମୂଲ୍ୟରେ ସ୍ନାପ୍‌ଡ୍ରାଗନ୍ ୮୬୦ ପ୍ରୋସେସର ଥିବା ଏକ ସ୍ମାର୍ଟଫୋନ୍ ଆଣିବା ଆହ୍ୱାନପୂର୍ଣ୍ଣ ଥିଲା କିନ୍ତୁ ପୋକୋ ଏକ୍ସ୩ ପ୍ରୋ ସହିତ ପୋକୋ ଏହାକୁ କରି ଦେଖାଇଥିଲା । ଏହାପରେ ବଜାରକୁ ଆସିଥିଲା ପୋକୋ ଏକ୍ସ ପ୍ରୋ ୫ଜି ଯାହା ବୃହତ୍ ଅପ୍‌ଗ୍ରେଡ୍ ଆଣିଥିଲା ଏବଂ ଫ୍ଲିପ୍‌କାର୍ଟ ବିଗ୍ ବଲିୟନ ଡେଜ୍ ସେଲ୍ ୨୦୨୨ ସମୟରେ ଏହାର ୧୫୦,୦୦୦ ୟୁନିଟ୍ ବିକ୍ରି ହୋଇଥôଲ । । ସେହି ବିରାସତକୁ ଆଗକୁ ବଢାଇ ପୋକୋ ଏକ୍ସ୫ ପ୍ରୋ ୫ଜି ଶୀର୍ଷ ମାନର ମନୋରଞ୍ଜନ ଓ ପ୍ରଦର୍ଶନ ପାଇଁ ସର୍ବୋଚ୍ଚ ମାନକକୁ ପୂରଣ କରିବା ସହିତ ଫ୍ଲାଗ୍‌ସିପ୍‌-ଅନୁଭୂତିକୁ ଧାରଣ କରିଛି । ପୋକୋ ଏକ୍ସ୫ ପ୍ରୋ ୫ଜି ସହିତ ଆମେ ଆମର ଉପଭୋକ୍ତା ଓ ପ୍ରଶଂସକଙ୍କ ଆବଶ୍ୟକତାକୁ ପୂରଣ କରିଛୁ । ଆମେ ନୂଆ ପୋକୋ ଏକ୍ସ୫ ପ୍ରୋ ୫ଜି ସହିତ ବଜାରରେ ଏକ ବ୍ୟାଘାତ ସୃଷ୍ଟି କରିବା ପାଇଁ ଉତ୍ସାହିତ ରହିଛୁ ।’ ପୋକୋ ଏକ୍ସ୫ ପ୍ରୋ ୫ଜି ଏହାର ସେଗମେଣ୍ଟ୍‌ରେ ଏକ ଶକ୍ତିଶାଳୀ ଚିପ୍‌ସେଟ୍‌, ସ୍ନାପ୍‌ଡ୍ରାଗନ୍ ୭୭୮ଜି ସହିତ ଆସୁଛି ଯାହା ଆଣ୍ଡ୍ରଏଡ୍ ୧୨ରେ ପରିଚାଳିତ । ଏହା ହେଉଛି ଭାରତର ପ୍ରଥମ ସ୍ମାର୍ଟଫୋନ୍ ଯାହା ଏମ୍‌ଆଇୟୁଆଇ ୧୪ ସହ ଆସୁଛି । ଆଷ୍ଟ୍ରାଲ ବ୍ଲାକ୍‌, ହରାଇଜନ ବ୍ଲୁ ଓ ପୋକୋ ୟେଲୋ କଲର୍‌ରେ ଉପଲବ୍ଧ ପୋକୋ ଏକ୍ସ୫ ପ୍ରୋ ୫ଜିର ଓଜନ ୧୮୧ ଗ୍ରାମ ଓ ମୋଟେଇ ୭.୯ ଏମ୍‌ଏମ୍ ରହିଛି ଯାହା ଏହାକୁ ସବୁଠାରୁ ପତଳା ଓ ହାଲୁକା ଏକ୍ସ-ସିରିଜ୍ ସ୍ମାର୍ଟଫୋନ୍‌ରେ ପରିଣତ କରୁଛି ।

Related Articles

Leave a Reply

Your email address will not be published.

Back to top button