ଦିଲ୍ଲୀରୁ ହାଇଦ୍ରାବାଦ ଯିବେ ପିଣ୍ଟୁ ନନ୍ଦ

ନୂଆଦିଲ୍ଲୀ : ଦିଲ୍ଲୀରୁ ହାଇଦ୍ରାବାଦ ଯିବେ ଅଭିନେତା ପିଣ୍ଟୁ ନନ୍ଦ । ଅଧିକ ଚିକିତ୍ସା ଲାଗି ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥିତ ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପରିବାରର କାହା ସହିତ ପିଣ୍ଟୁଙ୍କ ଲିଭର ମ୍ୟାଚ୍‌ କରୁନାହିଁ । ତେଣୁ ହାଇଦ୍ରାବାଦ୍‌ର କାଡ୍‌ଭ୍ରାରିକ୍‌ ଟ୍ରିଟମେଣ୍ଟ ପାଇଁ ହାଇଦ୍ରାବାଦ ନିଆଯାଉଛି । ସୂଚନାଯୋଗ୍ୟ ଯେ,  ଲିଭର ସିରୋସିସ୍‌ ରୋଗରେ ପୀଡିତ ଅଛନ୍ତି ଓଲିଉଡ୍‌ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ପରେ ଗତ ୭ ତାରିଖ ଦିନ ଅଧିକ ଚିକିତ୍ସା ଲାଗି ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏବେ ପରିବାରର କାହା ସହିତ ପିଣ୍ଟୁଙ୍କର ଲିଭର ମ୍ୟାଚ୍‌ କରୁନାହିଁ । ଯାହାଫଳରେ ତାଙ୍କୁ କାଡ୍‌ଭ୍ରାରିକ୍‌ ଟ୍ରିଟ୍‌ମେଣ୍ଟ ପାଇଁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା କରାଯିବ । ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି । ଏନେଇ ସୋସିଆଲ୍‌ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ ସହ ସହାୟତାର ହାତ ବଢାଇବା ପାଇଁ ନିବେଦନ କରିଥିଲେ ପରିବାର ଓ ଶୁଭେଚ୍ଛୁ ।

Related Articles

Leave a Reply

Your email address will not be published.

Back to top button