ଛଅ ମାସ ପାଇଁ ଛୁଟିରେ ଗଲେ ପାଣ୍ଡିଆନଙ୍କ ଆଇଏଏସ ପତ୍ନୀ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର: ମାସେ କିମ୍ବା ଦୁଇ ମାସ ନୁହେଁ। ଏକାଥରେ ୬ ମାସ ପାଇଁ ଛୁଟିରେ ଗଲେ ବହୁ ଚର୍ଚ୍ଚିତ କାର୍ତ୍ତିକ ପାଣ୍ଡିଆନଙ୍କ ଆଇଏଏସ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେ ପୁରା ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଗଲେ। ଛୁଟି ନେବା କାରଣରେ ସେ ଉଲ୍ଲେଖ କରିଛନ୍ତି ଯେ ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଛୁଟିରେ ରହିଲେ। ତାଙ୍କ ଛୁଟିକୁ ମଧ୍ୟ ସରକାର ଗ୍ରହଣ କରି ଅନୁମତି ପ୍ରଦାନ କରିଛନ୍ତି। ସୁଜାତାଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରି ରାଜ୍ୟ ବିଜେପି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଫଳରେ ସୁଜାତାଙ୍କୁ ମିଶନଶକ୍ତି ନିର୍ଦ୍ଦେଶିକା ପଦରୁ ହଟାଇ ଅର୍ଥ ବିଭାଗକୁ ବଦଳି କରାଯାଇଥିଲା। ଏହାପରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ସେ ଏପରି ଲମ୍ବା ଛୁଟିରେ ରହିବାକୁ ଉଚିତ ମନେ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button