ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ବର: ରାଜନୈତିକ ମଞ୍ଚରେ ପଦାର୍ପଣ କରି ପୁରା ନେତାଙ୍କ ପରି ଭାଷଣ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦୁଇଦିନିଆ ଗଂଜାମ ଗସ୍ତ କାଳରେ ସେ ଆଜି ଛତ୍ରପୁରରେ ଏକ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ସିଧା ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ବିରୋଧୀ ବୋଲି ନାଁ ନ ନେଇ କହିଛନ୍ତି ଯେ, ଓଡିଶାର ଯେଉଁ ରୂପାନ୍ତରିକରଣ ହେଉଛି ତାହା କେତେକଙ୍କ ଆଖିକୁ ଦେଖାଯାଉ ନାହିଁ। ସେମାନେ ଭଲ ଭାବରେ ଦେଖିଲେ ଜାଣିପାରିବେ ଯେ, ଓଡିଶା କିପରି ବିକାଶ ହେଉଛି। ସେ କହିଥିଲେ ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାଇ ଦେଖନ୍ତୁ, କିପରି ଦେଖାଯାଉଛି ନିଜେ ହୃଦୟଙ୍ଗମ କରନ୍ତୁ। ମା ସମଲେଶ୍ବରୀ, ମା ତାରାତାରିଣୀ, ମା ଚଣ୍ଡି ମନ୍ଦିରର କିପରି ରୂପାନ୍ତରିକରଣ ହୋଇଛି ତାହା ଗୋଟିଏ ଗୋଟିଏ ପ୍ରମାଣ ବୋଲି ସେ କହିଥିଲେ। ଏଥିସହିତ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନଶକ୍ତି, ଆହାର ଏବଂ ସ୍କୁଲ ରୂପାନ୍ତରିକରଣ ଆଜି ଓଡିଶା ବିକାଶର ଏକ ଏକ ମାଇଲ ଖୁଣ୍ଟ। ସେହିପରି ନେତାଙ୍କ ପରି ପାଣ୍ଡିଆନ ଭାଷଣ ମଝିରେ ଲୋକଙ୍କୁ ପ୍ରଶ୍ନ ମଧ୍ୟ ପଚାରିଥିଲେ। କେଉଁମାନେଙ୍କର ବିଏସକେୱା କାର୍ଡ ନାହିଁ ହାତ ଟେକ ବୋଲି କହିଥିଲେ। ଏଥିରେ ଶହଶହ ଦର୍ଶକଙ୍କ ମଧ୍ୟରୁ ତିନି ଚାରିଜଣ ହାତ ଟେକିଥିଲେ। ସେହିପରି ଆହାର କେନ୍ଦ୍ରରେ କେତେ ଟଙ୍କାରେ ଖାଇବା ମିଳୁଛି ବୋଲି ସେ ପଚାରିଥିଲେ। ଏସବୁ କାର୍ଯ୍ୟ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମ୍ଭବ ହୋଇପାରିଛି। ସେ ସବୁବେଳେ ଆମକୁ ଗରିବର ବିକାଶ କଥା ଚିନ୍ତା କର ବୋଲି କହିଆସୁଛନ୍ତି। ସେହି ଅନୁସାରେ ଆମେମାନେ କାମ କରୁଛୁ। ଏଥିରେ ଆପଣମାନଙ୍କର ମଧ୍ୟ ବେଶ ସହଯୋଗ ରହିଛି ବୋଲି ସେ କହିଥିଲେ। ପାଣ୍ଡିଆନ ଆଜି ଗସ୍ତ ଶେଷ କରି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button