ପଦ୍ମପୁର ଉପନିର୍ବାଚନ: ନାମାଙ୍କନ ଦାଖଲକୁ ନେଇ ଛକାପଞ୍ଝା

ପଦ୍ମପୁର : ପାଖେଇ ଆସୁଛି ପଦ୍ମପୁର ଉପ-ନିର୍ବାଚନ। ଏହା ପୂର୍ବରୁ ନାମାଙ୍କନ ଦାଖଲକୁ ନେଇ ଜାରି ରହିଛି ଛକାପଞ୍ଝା। ତିନି ପ୍ରମୁଖ ଦଳଙ୍କ ପ୍ରାର୍ଥୀ ଏବେ ଯାଏଁ ନାମାଙ୍କନ ଦାଖଲ କରିନାହାନ୍ତି। ବିଜେପି ନୋମିନେସନ୍ ପୂର୍ବରୁ ଫେରିବା ପରେ ଏବେ ଅନ୍ୟ ଦଳ ବି ନିଜ ଷ୍ଟ୍ରାଟେଜି ପରିବର୍ତ୍ତନ କରିଛନ୍ତି। ଆସନ୍ତାକାଲି ପଦ୍ମପୁରରେ ହେବ ଶକ୍ତି ପ୍ରଦର୍ଶନ। ନାମାଙ୍କନ ଦାଖଲକୁ ନେଇ ଛକାପଞ୍ଝା ସ୍ଥିତିରେ ଥିବା ବିଜେପି-ବିଜେଡି-କଂଗ୍ରେସ ଶେଷ ଦିନରେ ଭରିବେ ପ୍ରାର୍ଥିପତ୍ର। ସୋମବାର ଆନ୍ଦୋଳନରତ ଚାଷୀଙ୍କ ଅନୁରୋଧ କ୍ରମେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଠିକ୍ ନାମାଙ୍କନ ଦାଖଲ ପୂର୍ବରୁ ଅଟକି ଯାଇଥିଲେ। ସମାନ ଧର୍ମ ସଙ୍କଟରେ ବିଜେଡି। କାହିଁକି ନା ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନରତ ଚାଷୀ ସଙ୍ଗଠନ ନାମାଙ୍କନ ପତ୍ର ଦାଖଲ ନକରିବା ଲାଗି ଦଳକୁ ଅନୁରୋଧ କରିଛି। ବିଜେଡି କିନ୍ତୁ ୧୬ ତାରିଖ ଅର୍ଥାତ ଆଜି ନାମାଙ୍କନ ପତ୍ର ଦାଖଲ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା। କିନ୍ତୁ ବିଜେପିର ୱେଟ୍ ଆଣ୍ଡ ଓ୍ୱାଚ୍ ନୀତି ପରେ ବିଜେଡି ମଧ୍ୟ ଏହାର ଷ୍ଟ୍ରାଟେଜି ବଦଳାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ଇନ୍‌ପୁଟ୍ ସବ୍‌ସିଡି ଘୋଷଣା କରିବା ଓ ଫସଲ ବୀମା ଯୋଜନା ନେଇ କେନ୍ଦ୍ର ଉପରେ ଦୋଷ ଲଦି ଚାଷୀଙ୍କ ମନ ଜିଣିବାକୁ ଚେଷ୍ଟା ଚଳାଇଛନ୍ତି। ଚାଷୀ ପ୍ରସଙ୍ଗ ବାଦ୍ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିକୁ ନେଇ ମଧ୍ୟ ତେଜିଛି ଆନ୍ଦୋଳନ। ଜିଲ୍ଲା ଗଠନ ଦାବିକୁ ଉଭୟ ବିଜେପି ଓ ବିଜେଡି ସମର୍ଥନ କରୁଛନ୍ତି। କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି।

Related Articles

Leave a Reply

Your email address will not be published.

Back to top button