୫୫ ପରୀକ୍ଷାର୍ଥୀଙ୍କୁ ଓଏସଏସସିର କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର:  ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ପ୍ରଥମ ଥର ପାଇଁ ଆକ୍ସନ ମୋଡକୁ ଆସିଲା ଓଡିଶା ଷ୍ଟାଫ ସିଲେକ୍ସନ କମିଶନ । ଆଉ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାହିଁକି ଆଜୀବନ ଓଏସଏସସି ନିଯୁକ୍ତି ପରୀକ୍ଷାରୁ ବାସନ୍ଦ କରାନଯିବ ସେ ନେଇ ସଂପୃକ୍ତ ୫୫ ପରୀକ୍ଷାର୍ଥୀଙ୍କୁ ଜବାବ ମଗାଯାଇଛି । ଏହି ବହୁ ଚର୍ଚ୍ଚିତ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମୋଟ୍ ୧୭ ଜଣ ଗିରଫ ହୋଇଛନ୍ତି । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ବିହାରର ଜଣେ ସରକାରୀ କର୍ମଚାରୀ ରହିଛନ୍ତି, ଓଡିଶାରୁ ୨ ଜଣ ଶିକ୍ଷକ ମଧ୍ୟ ଏହି କାରବାରରେ ସାମିଲ ଅଛନ୍ତି । ବାଲେଶ୍ୱର ଏସପି ସାଗରିକା ନାଥ ଏହି ମାମଲାରେ ତଦନ୍ତ କରି ଏକ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ଏହି ରାକେଟ୍ ସହ ଡିଲରେ ଜଡ଼ିତ ଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଏସପି ଓଏସ୍ଏସସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ । ଏହାପରେ ଓଏସଏସସି କାର୍ୟ୍ୟାନୁଷ୍ଠାନ ନେବା ପୂର୍ବରୁ ୫୫ ପରୀକ୍ଷାର୍ଥୀଙ୍କୁ ନୋଟିସ୍ କରିଛି ।

Related Articles

Leave a Reply

Your email address will not be published.

Back to top button