ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି :ଶଶୀଭୂଷଣ

ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ୩ୟ ଦିନ ।  ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବାର ଥିଲା। ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ ହୋଇଛି। ଏହି ପରିପ୍ରେକ୍ଷୀରେ ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ,  ବିରୋଧୀ ମାନେ ଗୃହ ଚଳାଇଦେଉନାହାନ୍ତି। ଫଳରେ ଅନେକ ପ୍ରସଙ୍ଗ ଆଲୋଚନା ହେବ କଥା ହୋଇପାରୁନାହିଁ। ଅନେକ ପ୍ରସଙ୍ଗ ରିହିଛି ବିରୋଧୀ ଜାଣିଶୁଣି ଆଲୋକଚନା କରାଇ ଦେଉନାହାନ୍ତି।  ଆଦିବାସୀଙ୍କ ସହିତ ସରକାର ଅଛନ୍ତି। ଆଦିବାସୀଙ୍କ ବିକାଶ କରୁଛନ୍ତି ସରକାର। କ୍ୟାବିନେଟ ନିଷ୍ପତି ସରକାର ସ୍ଥଗିତ ରଖିଛନ୍ତି। ମନ୍ତ୍ରୀ ମଧ୍ୟ ସ୍ପଟିକାରଣ ଦେଇସାରିଛନ୍ତି। ଅଯଥା ଗୃହରେ ହଟ୍ଟଗୋଳ ସୃଷ୍ଟି କରୁଛନ୍ତି। ଗୃହ ଚଳାଇ ଦେଉନାହାନ୍ତି ବୋଲି ବିଧାୟକ ଶଶୀ ବେହେରା କହିଛନ୍ତି। ଉଲ୍ଲେଖଯୋଗ୍ୟ, ବିଧାନସଭା ଶୀତ ଅଧିବେଶନ । ତୃତୀୟ ଦିନରେ ବି ଗୃହ ଅଚଳ। ପ୍ରଶ୍ନକାଳ ଆରମ୍ଭରୁ ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ଆଦିବାସୀ ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜିରେ କମ୍ପିଲା ଗୃହ। ବିରୋଧୀମାନେ ବ୍ୟାନର ଧରି ବାଚସ୍ପତିଙ୍କ ପୋଡିୟମ ନିକଟରେ ପ୍ରତିବାଦ କରିଥିଲେ। ଯାହାଫଳରେ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି।

Related Articles

Leave a Reply

Your email address will not be published.

Back to top button