ଟ୍ଵିନ୍ ସିଟିରେ ଜୋରଦାର ହେବ ଅପରେସନ ହ୍ଵାଇଟ୍ ସ୍ପାଇଡର

ଭୁବନେଶ୍ଵର : ନୂଆ ବର୍ଷରେ କମିଶନରେଟ ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ୍। ଟ୍ଵିନ୍ ସିଟିରେ ଜୋରଦାର ହେବ ଅପରେସନ ହ୍ଵାଇଟ୍ ସ୍ପାଇଡର। ଧଳଜହର କାରବାର ନେଇ ଜୋରଦର୍ ହେବ କଟକଣା। ଆଗକୁ ହକି ବିଶ୍ଵକପ୍ ଥିବାରୁ ଟ୍ରାଫିକ୍ ପରିଚାଳନା ନେଇ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ଟ୍ଵିନ୍ ସିଟିବାସୀଙ୍କ ଆସ୍ଥା ଭଜନ ହୋଇପାରିଛି କମିଶନରେଟ ପୋଲିସ। ୨୫୦୦ ଜଣଙ୍କୁ ଚୋରି ହୋଇଥିବା ମୋବାଇଲ ଫେରାଇ ଦିଆଯାଇଛି। ସାଇବର ଅପରାଧ ରୋକିବାକୁ ଅଧିକ ଜ୍ଞାନ କୌଶଳ ବ୍ୟବହୃତ ହେଉଛି। ଆଗକୁ ସାଇବର ଫରେନ୍ସିକକୁ ଅଧିକ ସୁଦୃଢ କରାଯିବ। ଏନେଇ ଆଧୁନିକ ଉପକରଣ ଓ ଜ୍ଞାନ କୌଶଳ ଆପଣେଇବ କମିଶନରେଟ ପୋଲିସ। ସେହିପରି ସ୍ପେସିଆଲ କ୍ରାଇମ ୟୁନିଟକୁ ଅଧିକ କ୍ରିୟାଶୀଳ କରାଯିବ। ୧୦ ବର୍ଷ ମଧ୍ୟରେ କଟକ ଭୁବନେଶ୍ଵରରେ ଗାଡ଼ି ମୋଟର ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଶୃଙ୍ଖଳିତ ଟ୍ରାଫିକ ମ୍ୟାନେଜର ପାଇଁ ଟେକ୍ନୋଲୋଜି ମାଧ୍ୟମରେ ସହରରେ ଟ୍ରାଫିକ ସିଷ୍ଟମକୁ ଅପଗ୍ରେଡ କରାଯିବ। ସହରର ସ୍ପିଡ୍ ଡ୍ରାଇଭିଂ ଉପରେ ତୀକ୍ଷ୍ଣ ନଜର ରହିବ। ଏହା ସହ କମିଶନରେଟ ପୋଲିସର ଆଉଟରିଚ୍ ପ୍ରୋଗ୍ରାମ ଜାରି ରହିବ। କମିଶନରେଟ ପୋଲିସର ଅଧିକାରୀଙ୍କୁ ନେଇ ଆୟୋଜିତ ବୈଠକ ପରେ ପୋଲିସ କମିଶନର ଏହି ପ୍ରତିକ୍ରିୟା ରଖିଛନ୍ତି।

Related Articles

Leave a Reply

Your email address will not be published.

Back to top button