ଟାଟା ଟି’ ପ୍ୟାକ୍‌ରେ ଓଡ଼ିଶାର କୋଟପାଡ଼

ଭୁବନେଶ୍ବର: ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ ଟାଟା ଟି’ ପ୍ରିମିୟମ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସ୍ବତନ୍ତ୍ର ପ୍ୟାକ୍‌ରେ ଓଡ଼ିଶାର ହସ୍ତତନ୍ତ କୋଟପାଡ଼ ତନ୍ତ ଛବିକୁ ବ୍ୟବହାର କରାଯାଇଛି। କଂପାନିର ଦେଶ କି ଧାଗେ ଅଭିଯାନର ଅଂଶ ଭାବେ ଏହି ପ୍ରାକ୍‌କୁ ପ୍ରସ୍ତୁତ କରାଯାଇଛି। କୋଟପାଡ଼ ଏହାର ପ୍ରାକୃତିକ ରଙ୍ଗ ପଦ୍ଧତି ପାଇଁ ବେଶ ପରିଚିତ। ଏହି ତନ୍ତ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ କାରିଗରମାନଙ୍କ ପ୍ରତିଭାକୁ ପ୍ରଦର୍ଶିତ କରୁଛି।  ହସ୍ତତନ୍ତରୁ ଅନୁପ୍ରାଣିତ ଲିମିଟେଡ୍‌ ଏଡିସନ୍ ପ୍ୟାକ୍‌ ଜରିଆରେ କଂପାନି କାରିଗରମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି। ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ୍‌ର ସଭାପତି ପୁନିତ ଦାସ କହିଛନ୍ତି ଯେ ‌ଦେଶ କା ଗୌରବ ଅଭିଯାନ ଜରିଆରେ କଂପାନି ପ୍ରତିଭାବାନ ବୁଣାକାରମାନଙ୍କ ସମର୍ପଣ ଭାବ, କାରିଗରୀ ଦକ୍ଷତା ଏବଂ ଆମ ସାଂସ୍କୃତିକ ଐତିହ୍ୟ ପ୍ରତି ସେମାନଙ୍କ ଅବଦାନକୁ ପାଳନ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button