ସିଆର୍‌ପିଏଫ୍‌ ମହିଳା ବାଇକ ରାଲିରେ ୩ ଓଡ଼ିଆ

ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍‌ପିଏଫ୍‌) ୭୫ ଜଣିଆ ମହିଳା ଡେୟାର୍‌ଡେଭିଲ ବାଇକ ରାଲିରେ ତିନି ଓଡ଼ିଆ ମହିଳା ସାମିଲ ହୋଇଛନ୍ତି। ସେମାନେ ହେଲେ, ନିମାପଡ଼ାର ପ୍ରତିମା ବେହେରା ,‌‌ଢେଙ୍କାନାଳର ପ୍ରିୟଦର୍ଶିନୀ ଓ ବଲାଙ୍ଗୀରର ରାଜଶ୍ରୀ ସାହୁ। ପ୍ରତିମା ସିଆର୍‌ପିଏଫ୍‌ର ୨୧୩ ବାଟାଲିୟନରେ ହେଡ୍‌ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବାବେଳେ ପ୍ରିୟଦର୍ଶିନୀ ଓ ରାଜଶ୍ରୀ କନେଷ୍ଟବଳ ଭାବେ ରାପିଡ୍‌ ଆକ୍‌ସନ ଫୋର୍ସରେ ମୁତୟନ ଅଛନ୍ତି। ଡେୟାରଡେଭିଲ ବାଇକ ରାଲି ଚଳିତମାସ ୯ରୁ ଦିଲ୍ଲୀର କର୍ତ୍ତବ୍ୟପଥରୁ ଛତିଶଗଡ଼ର ଜଗଦଳପୁରକୁ ଯାତ୍ରା ଆରମ୍ଭ କରିଛି। ଏଥର ଜଗଦଳପୁରରେ ମାର୍ଚ୍ଚ ୨୫ରେ ସିଆର୍‌ପିଏଫ୍‌ ପ୍ରତିଷ୍ଠା ଦିବସ ପାଳନ କରିବ। ୧୬ ଦିନର ଏହି ବାଇକ ରାଲି ୧୯ ଶହ କିମି ରାସ୍ତା ଅତିକ୍ରମ କରି ମାର୍ଚ୍ଚ ୨୫ରେ ଜଗଦଳପୁରରେ ପହଞ୍ଚିବ। ୩୮ଟି ରୟାଲ୍‌ ଏନଫିଲ୍‌ଡ ବାଇକ୍‌ରେ ମହିଳା କମାଣ୍ଡୋମାନେ ଯାତ୍ରା କରୁଛନ୍ତି। କମାଣ୍ଡୋମାନେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଅତିକ୍ରମ କରି ଛତିଶଗଡ଼ରେ ପହଞ୍ଚିବେ।

Related Articles

Leave a Reply

Your email address will not be published.

Back to top button