ଓଡ଼ିଶାରେ ହେବ ନୂଆ କୋଇଲା ଗ୍ୟାସିଫିକେସନ୍‌ ୟୁନିଟ୍

ଭୁବନେଶ୍ବର: ନୂଆ ଷ୍ଟେଟ୍ ଅଫ୍ ଆର୍ଟ କୋଇଲା ବାଷ୍ପୀକରଣ ୟୁନିଟ ସ୍ଥାପନ ହେବାକୁ ଯାଉଛି ଝାରସୁଗୁଡା ଜିଲ୍ଲାର ଲଖନପୁରରେ। ଏଥିଲାଗି ଭାରତ ହେଭି ଇଲେକ୍ଟ୍ରିକାଲସ ଲିମିଟେଡ (ବିଏଚ୍ଇଏଲ୍)କୁ ୫୪୦୦ କୋଟିର ଇଞ୍ଜିନିୟରିଂ, ପ୍ରକ୍ୟୋରମେଣ୍ଟ ଏବଂ କନ୍‌ଷ୍ଟ୍ରକସନ (ଇପିସି) କଣ୍ଟ୍ରାକ୍ଟ ମିଳିଛି । ବିଏଚ୍ଇଏଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ (ସିଆଇଏଲ୍) ର ଯୌଥ ଉଦ୍ୟୋଗ ଭାରତ କୋଲ ଗ୍ୟାସିଫିକେସନ ଏବଂ କେମିକାଲ୍ସ ଲିମିଟେଡ (ବିସିଜିସିଏଲ୍) ଏହି କଣ୍ଟ୍ରାକ୍ଟ ପ୍ରଦାନ କରିଛି । ନ୍ୟାସନାଲ କୋଲ୍ ଗ୍ୟାସିଫିକେସନ ମିଶନ କ୍ଷେତ୍ରରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ । ୨୦୩୦ ସୁଦ୍ଧା ଏହି ମିଶନରେ ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ରଖାଯାଇଛି । ଏଲ୍ଏସ୍ଟିକେ ୧ ପ୍ୟାକେଜ ଅଧିନରେ ଏହାକୁ ଡିଜାଇନ କରାଯାଇଛି । ଏଥିରେ ଡିଜାଇନ, ଇଞ୍ଜିନିୟରିଂ, ସପ୍ଲାଏ, ସିଭିଲ ୱାର୍କସ, କୋଲ୍ ଗ୍ୟାସିଫିକେସନ ଆଣ୍ଡ୍ ର ସିନ୍ଗ୍ୟାସ କ୍ଲିନିଂ ପ୍ଲାଣ୍ଟର କାର୍ଯ୍ୟକ୍ଷମ କରିବା ସାମିଲ ରହିଛି । ଏହି ପ୍ରକଳ୍ପଟି କୋଇଲାରୁ ବୃହତ୍ତ ଆମୋନିୟମ ନାଇଟ୍ରେଟ୍ କମ୍ପଲେକ୍ସର ଏକ ଅଂଶ । ଏହି ପ୍ଲାଣ୍ଟରେ ବିଏଚ୍ଇଏଲ୍ ର ସ୍ୱଦେଶୀ ପ୍ରେସରାଇଜଡ ଫ୍ଲୁଇଡାଇଜଡ ବେଡ୍ ଗ୍ୟାସିଫିକେସନ (ପିଏଫ୍‌ବିଜି) ଟେକ୍ନୋଲୋଜି ବ୍ୟବହାର ହେବ । ଯାହା ଦେଶର ଅତ୍ୟାଧୁନିକ ଇଞ୍ଜିନିୟରିଂ ଦକ୍ଷତାର ପରିଚୟ ହେବ । ଦିନକୁ ୨ ହଜାର ଟନ୍ ଆମୋନିୟମ ନାଇଟ୍ରେଟ ଉତ୍ପାଦନ ହେବ । ଯାହା ଖଣି ଶିଳ୍ପର ବିସ୍ଫୋରକ ଆବଶ୍ୟକତା ପୂରଣରେ ସହାୟକ ହେବ । ୪୨ ମାସରେ ପ୍ରକଳ୍ପ କାର୍ଯ୍ୟକାରି କରାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଭଳି ଅର୍ଡର ଜରିଆରେ ବିଏଚ୍ଇଏଲ୍ ପାରମ୍ପରିକ ସୌର ଶକ୍ତି ତୁଳନାରେ କୋଲ୍ ଟୁ କେମିକାଲ କ୍ଷେତ୍ରକୁ ପ୍ରବେଶ କରିଛି। ଏଭଳି ସ୍ୱଦେଶୀ ଟେକ୍ନୋଲୋଜିର ସଫଳତା ଦେଶର ଆମଦାନି ନିର୍ଭରତା କମାଇବାରେ ଯୋଗଦାନ ଦେବ । ଉଲ୍ଲେଖଯୋଗ୍ୟ, ୨୦୨୪ ଫେବ୍ରୁଆରିରେ କୋଲ ଇଣ୍ଡିଆ ଏବଂ ବିଏଚ୍ଇଏଲ୍ ଚୁକ୍ତିରେ ସାମିଲ ହୋଇଥିଲେ । ୨୦୨୪ ମେରେ ଯୌଥ ଉଦ୍ୟୋଗ ବିସିଜିସିଏଲ୍ ସ୍ଥାପନା ହୋଇଥିଲା । ୨୦୨୪ ମଧ୍ୟ ଭାଗରୁ ବିଭିନ୍ନ ପ୍ୟାକେଜରେ ଟେଣ୍ଡର ପ୍ରକ୍ରିୟା ଚାଲିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button