ନେଭି ଡେରେ ଭାରତୀୟ ନୌସେନାର କଳାକୌଶଳ ଦେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପୁରୀରେ ନେଭି ଡେରେ ଭାରତୀୟ ନୌସେନାର କଳାକୌଶଳ ଦେଖିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସବୁ ବିଧାୟକ । ଏହି ସମାରୋହ ଦେଖିବାକୁ ବିଧାନସଭାର ସମସ୍ତ ବିଧାୟକ ସ୍ବତନ୍ତ୍ର ବସରେ ପୁରୀ ଯାଇଥିଲେ । ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକପ୍ଟର ଗର୍ଜନରେ କମ୍ପିଥିଲା ବେଳାଭୂମି । ରୋମାଞ୍ଚକର କଳା କୌଶଳ ଦେଖାଇଥିଲେ ଫାଇଟର ଜେଟ୍ । ନୌସେନାର ଚିତ୍ତାକର୍ଷକ କଳାକୌଶଳ ଦେଖି ଅଭିଭୂତ ହୋଇପଡିଥିଲେ । ପୁରୀ ସମୁଦ୍ରକୂଳରେ ନେଭି ଡେ ପାଳନ ଏକ ଗୌରବର କଥା ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ୧୫ଟି ଯୁଦ୍ଧ ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ ରଣ କୌଶଳ ଦେଖାଇଥିଲେ । INS ଜଲସା, ମିସାଇଲ ଡେଷ୍ଟ୍ରୟର INS ଦିଲ୍ଲୀ, INS ଶକ୍ତି ଭଳି ୧୫ଟି ଯୁଦ୍ଧ ଜାହାଜର ପରାକ୍ରମକୁ ଦେଖିଥିଲେ ମୁଖ୍ୟମନ୍ତ୍ରୀ ଓ ବିଧାୟକମାନେ । ହକ୍, ସି-କିଙ୍ଗ, ମିଗ୍-29 ଭଳି ଫାଇଟର ଜେଟ୍ ଓ ଚେତକ, ଏମଏସ୍-60 ହେଲିକପ୍ଟର ପରାକ୍ରମ ଦେଖି ଅଭିଭୂତ ହୋଇଥିଲେ ।