ଆଜିଠୁ ଶକ୍ତିପୀଠରେ ନବରାତ୍ର ପୂଜା

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଆଶ୍ବିନ ଶୁକ୍ଳ ପକ୍ଷର ଶାରଦୀୟ ନବରାତ୍ରି ପୂଜା। ଆଉ ମାତ୍ର କିଛି ଦିନ ପରେ ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ଶାରଦୀୟ ଦୁର୍ଗାପୂଜା ଅବସରରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା । ଆଜି ନାରାୟଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି । ନବରାତ୍ର ପୂଜା ଦୃଷ୍ଚିରୁ ମାଆଙ୍କ ପୀଠରେ ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ସେପଟେ ମାଆ ସମଲେଇଙ୍କ ପୀଠରେ ମଧ୍ୟ ଆଜିଠୁ ଆରମ୍ଭ ହେଉଛି ନବରାତ୍ର ପୂଜା । ଗତକାଲି ପରି ଆଜି ବି ଧବଳମୁଖି ବେଶରେ ଦର୍ଶନ ଦେଉଛନ୍ତି ମାଆ ସମଲେଶ୍ବରୀ । ଅଢେଇ ଦିନ ପର୍ୟ୍ୟନ୍ତ ମାଆଙ୍କୁ ଧବଳମୁଖି ବେଶ କରିବା ନେଇ ପରମ୍ପରା ରହିଛି । ଅନ୍ୟପଟେ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ ଖଡି ଲାଗି ପରେ ଆଜିଠୁ ରଙ୍ଗକାମ କରାଯାଉଛି । ମଣ୍ଡପରେ ସାଜସଜା, ରୁପା ମେଢ ଓ ତୋରଣ କାମ ମଧ୍ୟ ଜୋରସୋରରେ ଚାଲିଛି ।

Related Articles

Leave a Reply

Your email address will not be published.

Back to top button