ନୀତିନ ଗଡକରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ-ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ୫୫ ପ୍ରସଙ୍ଗରେ ଲେଖିଛନ୍ତି ଚିଠି। ୨୦୧୭ ରୁ ଏ ରାସ୍ତା କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି। ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏ କାର୍ୟ୍ୟ ସରୁନି। ଏହାକୁ ନେଇ ଚିଠିରେ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ରାଜପଥ ୫୫ ପଶ୍ଚିମ ଓଡିଶାର ଜୀବନରେଖା। ଲକ୍ଷ ଲକ୍ଷ ଲୋକ ରାସ୍ତା ଉପରେ ନିର୍ଭର କରୁଛନ୍ତି। ଦୁଇ ବର୍ଷ ମଧ୍ୟରେ ଜାତୀୟ ରାଜପଥରେ ୩୯୯ଟି ଦୁର୍ଘଟଣା ଘଟିଛି। ସେଥିରେ ୧୯୬ ଜଣଙ୍କର ଜୀବନ ଯାଇଛି। ହସ୍ତକ୍ଷେପ କରି ଏ ରାସ୍ତା କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, କଟକ ଜିଲ୍ଲାର ମଙ୍ଗୁଳିଠାରୁ ଆରମ୍ଭ ହୋଇ ସମ୍ବଲପୁର ଯାଏ ଲମ୍ବିଥିବା ୫୫ ନଂ ଜାତୀୟ ରାଜପଥ ନିର୍ମାଣ କାମକୁ ତ୍ବରାନ୍ବିତ କରିବା ପାଇଁ ୨୬୫ କିଲୋମିଟର ବ୍ୟାପ୍ତ ରାସ୍ତାକୁ ୩ ଭାଗରେ ବିଭକ୍ତ କରାଯାଇଛି। କଟକରୁ ଅନୁଗୁଳ ଯାଏ ଲମ୍ବିଥିବା ପ୍ରାୟ ୧୧୨ କିଲୋମିଟର ରାସ୍ତାକୁ ପ୍ୟାକେଜ୍-୧(୦.୪୦୦କିମିରୁ ୬୦.୨୦୦କିମି) ଓ ପ୍ୟାକେଜ୍-୨(୬୦.୨୦୦କିମିରୁ ୧୧୨କିମି) ନାମରେ ଦୁଇଟି ସେକ୍ସନ୍ କରାଗଲା। ୧୧୨କିମିରୁ ୨୬୫କିମି ଯାଏ(ଅନୁଗୁଳରୁ ସମ୍ବଲପୁର)କୁ ପ୍ୟାକେଜ୍-୩ରେ ରଖି ପୂରା ରାସ୍ତାକୁ ତିନି ଭାଗ କରାଯାଇଛି। ପ୍ୟାକେଜ୍-୧ କାମ ଆରମ୍ଭ ହୋଇଥିଲା ୨୦୧୮ମସିହା ଜାନୁଆରି ୧୯ରେ। ଟେଣ୍ଡର୍ ନେଇଥିବା ସଂସ୍ଥାକୁ ଦିଆଯାଇଥିଲା ପ୍ରାୟ ଅଢ଼େଇ ବର୍ଷର ସମୟ। ୨୦୨୦ମସିହା ଜୁଲାଇ ୧୭ତାରିଖ ସୁଦ୍ଧା ପ୍ୟାକେଜ୍-୧ର କାମ ସମ୍ପୂର୍ଣ୍ଣ କରିବାକୁ ସଂସ୍ଥା ସହିତ ଚୁକ୍ତିନାମା କରାଯାଇଥିଲା। ୨୦୨୩ ମସିହା ଜୁନ୍ ୩୦ ସୁଦ୍ଧା ବାକି କାମ ସରିଯିବ ବୋଲି ସରକାର ଆଶା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button