ନବୀନ ନେଲେ ବଡ ନିଷ୍ପତି, କ୍ୟାବିନେଟରେ ଲାଗିଲା ମୋହର

ଭୁବନେଶ୍ବର: ଆଗକୁ ସାଧାରଣ ନିର୍ବାଚନ । ଏହାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ନିଷ୍ପତି ନେଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା  । ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି  ।  ନୂଆ ଯୋଜନା ନୂତନ ଉନ୍ନତ ଅଭିଳାଷ ବା ‘ନୂଆ’କୁ ମଞ୍ଜୁରୀ ମିଳିଛି  । ସେହିପରି ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ବି କ୍ୟାବିନେଟ ମୋହର ଲଗାଇଛନ୍ତି  । ୫ଜି ନେଟୱାର୍କକୁ ପ୍ରସାରିତ କରିବା ପାଇଁ ଓଡ଼ିଶା ମୋବାଇଲ ଟାୱାର ନୀତିରେ ସଂଶୋଧନ କରାଯିବ  । ଏହାଛଡ଼ା ବ୍ୟାଙ୍କ ନଥିବା ରାଜ୍ୟର ୪୩୭୩ ଗ୍ରାମ ପଂଚାୟତରେ ବ୍ୟାଙ୍କିଂ ସୁବିଧା ପାଇଁ ମଧ୍ୟ କ୍ୟାବିନେଟରେ ନିଷ୍ପତି ନିଆଯାଇଛି  ।

ମିଲେଟ ମିଶନ ପାଇଁ ୨୬୮୭ କୋଟି
ଓଡ଼ିଶା ମିଲେଟ ମିଶନ ପାଇଁ ରାଜ୍ୟ କ୍ୟାବିନେଟ ୨୬୮୭ କୋଟି ୪୫ ଲକ୍ଷର ବଜେଟକୁ ଅନୁମୋଦନ କରିଛନ୍ତି  । ୨୦୨୩-୨୪ରୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ଅର୍ଥ ଅନୁମୋଦିତ ହୋଇଛି  । ୨୦୧୭-୧୮ରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଜପତି, ମାଲକାନାଗିରି, ନୂଆପଡ଼ା ଓ ରାୟଗଡ଼ାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା  । ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଳକରେ ମିଲେଟ ମିଶନ କାର୍ଯ୍ୟକାରୀ ହେଉଛି  । ଏଥିପାଇଁ ରାଜ୍ୟ ଯୋଜନା ଓ ଡିଏମଏଫ ଜରିଆରେ ଅର୍ଥର ବ୍ୟବସ୍ଥା କରାଯାଉଛି  ।

୪୩୭୩ ଗ୍ରାମ ପଞ୍ଚାୟତରେ ହେବ ବ୍ୟାଙ୍କ
ରାଜ୍ୟର ୪୩୭୩ ଗ୍ରାମ ପଞ୍ଚାୟତରେ ଏବେ ବ୍ୟାଙ୍କ ନାହିଁ  । ଏହି ସବୁ ଅଞ୍ଚଳରେ ବ୍ୟାଙ୍କ ପ୍ରତିଷ୍ଠା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି  । ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି  । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା ଓ ବ୍ୟାଙ୍କ ଅଫ ଇଣ୍ଡିଆ ସହ ସମନ୍ୱୟ ରକ୍ଷା କରି ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଜରିଆରେ ସିଏସପି ପ୍ଳସ ବ୍ୟାଙ୍କିଂ ଆଉଟଲେଟ ଖୋଲିବ  ।
ବ୍ୟାଙ୍କିଙ୍ଗ ସେବା ପାଇଁ ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଘର ଯୋଗାଇ ଦେବେ  । ଏହାଛଡ଼ା ସରକାର ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ରେକରିଙ୍ଗ ଖର୍ଚ୍ଚ ମଧ୍ୟ ବହନ କରିବେ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି  ।
ସେହିପରି ଓଡ଼ିଶା ମିଲେଟ ମିଶନ ପାଇଁ ରାଜ୍ୟ କ୍ୟାବିନେଟ ୨୬୮୭ କୋଟି ୪୫ ଲକ୍ଷର ବଜେଟକୁ ଅନୁମୋଦନ କରିଛନ୍ତି  । ୨୦୨୩-୨୪ରୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ଅର୍ଥ ଅନୁମୋଦିତ ହୋଇଛି  । ୨୦୧୭-୧୮ରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଜପତି, ମାଲକାନାଗିରି, ନୂଆପଡ଼ା ଓ ରାୟଗଡ଼ାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା  । ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଳକରେ ମିଲେଟ ମିଶନ କାର୍ଯ୍ୟକାରୀ ହେଉଛି  । ଏଥିପାଇଁ ରାଜ୍ୟ ଯୋଜନା ଓ ଡିଏମଏଫ ଜରିଆରେ ଅର୍ଥର ବ୍ୟବସ୍ଥା କରାଯାଉଛି  ।

ପିପିପି  ନୀତି-୨୦୨୩ରେ ଲାଗିଲା କ୍ୟାବିନେଟ ମୋହର
ଭୁବନେଶ୍ୱର : ସରକାରୀ ବେସରକାରୀ ସହଭାଗିତାକୁ ଦୃଢ଼ କରିବା ପାଇଁ ରାଜ୍ୟ ସରକାର ନୂଆ ନୀତି ପ୍ରଣୟନ କରିଛନ୍ତି  । ପିପିପି ନୀତି ୨୦୨୩ ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି  । ଏହି ନୀତିରେ ୫୦୦ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ପ୍ରକଳ୍ପଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏଚଏଲସିଏ ଦ୍ୱାରା ଅନୁମୋଦନର ବ୍ୟବସ୍ଥା ରହିଛି  । ସେହିପରି ୧୦ରୁ ୫୦୦ କୋଟିର ପ୍ରକଳ୍ପଗୁଡ଼ିକ ଇସିଆଇ ଦ୍ୱାରା ଅନୁମୋଦିତ ହେବ  । ଏହାଛଡ଼ା ପିପିପି ନିର୍ଦ୍ଦେଶାଳୟକୁ ୧୦ କୋଟି ମୂଲ୍ୟ ପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନର କ୍ଷମତା ପ୍ରଦାନ କରାଯାଇଛି  ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ରାଜ୍ୟର ୪୩୭୩ ଗ୍ରାମ ପଞ୍ଚାୟତରେ ଏବେ ବ୍ୟାଙ୍କ ନାହିଁ  । ଏହି ସବୁ ଅଞ୍ଚଳରେ ବ୍ୟାଙ୍କ ପ୍ରତିଷ୍ଠା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି  । ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି  । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା ଓ ବ୍ୟାଙ୍କ ଅଫ ଇଣ୍ଡିଆ ସହ ସମନ୍ୱୟ ରକ୍ଷା କରି ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଜରିଆରେ ସିଏସପି ପ୍ଳସ ବ୍ୟାଙ୍କିଂ ଆଉଟଲେଟ ଖୋଲିବ  ।
ବ୍ୟାଙ୍କିଙ୍ଗ ସେବା ପାଇଁ ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଘର ଯୋଗାଇ ଦେବେ  । ଏହାଛଡ଼ା ସରକାର ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ରେକରିଙ୍ଗ ଖର୍ଚ୍ଚ ମଧ୍ୟ ବହନ କରିବେ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି  ।

Related Articles

Leave a Reply

Your email address will not be published. Required fields are marked *

Back to top button