ପଞ୍ଚୁକ ପରେ ହେବ ରତ୍ନଭଣ୍ଡାରର ଗଣତିମଣତି :ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା । ପଞ୍ଚୁକରେ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ଯାହା ଆବଶ୍ୟକ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ସିଂହଦ୍ବାର ଦେଇ ସବୁ ଭକ୍ତ ପ୍ରବେଶ କରିବେ ଅନ୍ୟ ତିନି ଦ୍ୱାରରେ ବାହାରିବେ । କାର୍ତ୍ତିକ ମାସ ପରେ ହେବ ଧାଡି ଦର୍ଶନ । ତାପରେ ରତ୍ନଭଣ୍ଡାର ରତ୍ନ ଗଣତି ମଣତି ଆରମ୍ଭ ହେବ । ଏନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ବୈଠକ ସରିଛି ବୋଲି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।ସୂଚନା ଅନୁଯାୟୀ, ଦିନକ ପରେ ଅର୍ଥାତ୍ ରବିବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେବ। ନଭେମ୍ବର ୨ ତାରିଖରୁ ପଞ୍ଚୁକବ୍ରତ ପାଳନ କରିବେ ବ୍ରତଧାରୀ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କାର୍ତ୍ତିକର ସ୍ବତନ୍ତ୍ର ବାଳଭୋଗ ଧୂପ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୪ଟାରୁ ଦ୍ୱାରଫିଟା ସହ ସଅଳ ନୀତି ହେବ। ପଞ୍ଚୁକରେ ଭିଡକୁ ନଜରରେ ରଖି ଭିତର କାଠଦର୍ଶନ ବଦଳରେ ଶ୍ରଦ୍ଧାଳୁ କେବଳ ବାହାର କାଠ ଦର୍ଶନ କରିପାରିବେ। ଅପରପକ୍ଷରେ ପଞ୍ଚୁକରେ ଭିଡକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାର୍କେଟ ଛକ ଠାରୁ ମରଚିକୋଟ, ମରିଚିକୋଟ ଠାରୁ ଶ୍ରୀନଅର, ଶ୍ରନଅର ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ତିନି ପର୍ଯ୍ୟାୟରେ ବ୍ୟାରିକେଡ଼ ଦର୍ଶନ ବ୍ୟବସ୍ଥା ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button