ଲାଇଫ୍‌ ବଦଳେଇଦେବ ନବୀନ ମ୍ୟାଜିକ୍‌ କାର୍ଡ

ଭୁବନେଶ୍ୱର,୫।୩: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର Nabin Odisha Magic Card ପଞ୍ଜୀକରଣ ପାଇଁ ମାଲକାନଗିରି ଜିଲାରେ ଓ୍ବେବ୍‌ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ନବୀନ କାର୍ଡ ଆବେଦନ ଆରମ୍ଭ ହୋଇଛି। ତେବେ ଆସନ୍ତୁ ଜାଣିବା ଏଥିରେ କ’ଣ ସବୁ ସୁବିଧା ରହିଛି ଆଉ ଏହାକୁ କେମିତି ଆବେଦନ କରିବେ। ବିଏସକେୱାଇ କାର୍ଡ଼ ପରେ ରାଜ୍ୟ ସରକାର Nabin Odisha ନବୀନ ମ୍ୟାଜିକ କାର୍ଡ଼ର ଶୁଭାରମ୍ଭ କରିଛନ୍ତି। ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଥିବା ଏହି କାର୍ଡ଼ର ସୁବିଧା ସମସ୍ତ ଛାତ୍ରୀଛାତ୍ରଙ୍କୁ ମିଳିିବ । ଏଥିପାଇଁ ଆଜି ଠାରୁ ଅନଲାଇନ registration ଆରମ୍ଭ ହୋଇଛି।  ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହି ମ୍ୟାଜିକ କାର୍ଡ ମିଳିବ। କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ଏହି କାର୍ଡରେ ଛାତ୍ରୀଛାତ୍ରଙ୍କୁ ରିହାତି ସୁବିଧା ମିଳିବ । ଏହି କାର୍ଡରେ ବିଭିନ୍ନ ୱାଇଫାଇ ପଏଣ୍ଟରେ ଇଣ୍ଟରନେଟ ସୁବିଧା ପାଇପାରିବେ । ମ୍ୟାଜିକ କାର୍ଡ ପାଇଁ ଷ୍ଟୁଡେଣ୍ଟ କାର୍ଡ,ଆଧାର କାର୍ଡ,୧୦ମ ଶ୍ରେଣୀ ସାର୍ଟିିଫିକେଟ ଆବଶ୍ୟକ ହେବ। କାର୍ଡ ପାଇଁ ଆବେଦନକାରୀ ଓଡିଶାର ହୋଇଥିବା ଆବଶ୍ୟକ, ଆବେଦନକାରୀ ଜଣେ ଛାତ୍ରୀଛାତ୍ର ହୋଇଥିବା ଆବଶ୍ୟକ। ଆବେଦନ କରିବା ପାଇଁ ସର୍ବପ୍ରଥମେ, କାର୍ଡର ଅଫିସିଆଲ ୱେବସାଇଟ ଭିଜିଟ କରନ୍ତୁ । ପରେ ୱେବସାଇଟର ହୋମପେଜ୍‌ ଖୋଲିବ । ବର୍ତ୍ତମାନ ହୋମପେଜ୍‌ରୁ, click here to apply ଉପରେ କ୍ଲିକ କରନ୍ତୁ । ସ୍କ୍ରିନରେ ଗୋଟିଏ ନୂଆ ପେଜ୍‌ ଦେଖାଯିବ । ସେଥିରେ ନିଜର ନାମ, ବୟସ, ଜନ୍ମ ତାରିଖ, ଠିକଣା ଇତ୍ୟାଦି ପୂରଣ କରନ୍ତୁ । ବର୍ତ୍ତମାନ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ । ପ୍ରଦତ୍ତ ସୂଚନା ଯାଞ୍ଚ କରନ୍ତୁ । ଶେଷରେ, ସବମିଟ ବିକଳ୍ପ ଉପରେ କ୍ଲିକ କରନ୍ତୁ । ଏହି ଉପାୟରେ, ଆପଣ ସହଜରେ ନବୀନ ଓଡିଶା ମ୍ୟାଜିକ କାର୍ଡ ପାଇଁ ଆବେଦନ କରିପାରିବେ । ତେବେ କହିରଖୁଛୁ କି, ସମସ୍ତ ଛାତ୍ରୀଛାତ୍ର ଏହି କାର୍ଡ଼ର ସୁବିଧା ପାଇବେ ନାହିଁ । କିଛି ବିଶେଷ କ୍ଷେତ୍ରରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିବା ଛାତ୍ରୀଛାତ୍ର ଏହି କାର୍ଡ଼ର ସୁଯୋଗ ପାଇବେ । ଏକାଡେମିକ ଆକ୍ଟିଭିଟି, ମନୋରଞ୍ଜନ ଓ କାର୍ଯ୍ୟଦକ୍ଷତା ଆଧାରରେ ସେମାନଙ୍କୁ ଫ୍ୟାସିଲିଟି ପ୍ରଦାନ କରାଯିବ । ସେମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ପଏଣ୍ଟ ଅନୁସାରେ ସ୍ବର୍ଣ୍ଣ, ରୌପ୍ୟ ଓ ପ୍ଲାଟିମନରେ ବିଭକ୍ତ କରାଯିବ । ସରକାରୀ ଚାକିରିଆ ଓ ଆୟକର ଦାତାଙ୍କ ପିଲା ଏଥିରୁ ବାଦ ପଡ଼ିବେ । ଏହି ପଏଣ୍ଟ-ସିଷ୍ଟମ ଆଧାରିତ ସ୍ମାର୍ଟ କାର୍ଡର ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ନିୟୋଜିତ କରିବା ଓ ସଶକ୍ତ କରିବା, ସେମାନଙ୍କ ଶିକ୍ଷାଗତ, ବ୍ୟକ୍ତିତ୍ୱ ଓ ଦକ୍ଷତା ବିକାଶ କରିବା । ଏହି କାର୍ଡ ପିଲାଙ୍କୁ ଚାକିରି କ୍ଷେତ୍ରରେ ମଧ୍ୟ ସୁବିଧା ଯୋଗାଇବ। ଏହି କାର୍ଡ ପିଲାଙ୍କ ବିକାଶର ପ୍ରମାଣ କାର୍ଡ ହେବ, ଯେଉଁଥିରେ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ହେବ ।

Related Articles

Leave a Reply

Your email address will not be published.

Back to top button