ବିଭିନ୍ନ ସ୍ଥାନରେ ଜାତୀୟ କ୍ରୀଡା ଦିବସ ପାଳିତ

ଭୁବନେଶ୍ବର: ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଉଦ୍ଦେଶ୍ୟରେ ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ ଖୋର୍ଦ୍ଧା ରୋଡ଼ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳନ ହୋଇଯାଇଛି lଏହି ଉତ୍ସବରେ ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ ଖୋର୍ଦ୍ଧା ରୋଡ଼ ଦ୍ଵାରା ଏକ ପ୍ରଦର୍ଶନୀ ଭଲିବଲ୍ ମ୍ୟାଚ୍ ଆୟୋଜିତ ହୋଇଥିଲା ଯେଉଁଥିରେ ସେଞ୍ଚୁରିଅନ୍ କଲେଜ,ଜଟଣୀ କଲେଜ, ସ୍ପୋର୍ଟସ ହଷ୍ଟେଲ,ଭୁବନେଶ୍ୱର ଏବଂ ପୂର୍ବ ତଟ ରେଳ କ୍ରୀଡ଼ା ସଂଘ,ଖୋର୍ଦ୍ଧା ରୋଡ଼ ଅଂଶଗ୍ରହଣ କରିଥିଲେ। କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ, ହିମାଦ୍ରୀ ଭୂଷଣ ବିଶ୍ଵାଳ ଏବଂ କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନଙ୍କ ନେତୃତ୍ୱରେ,ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନର ସଦସ୍ୟମାନଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲl ଜଟଣୀସ୍ଥିତ ଭୁବନେଶ୍ୱର ଆଇଆଇଟିରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l ଆଇଆଇଟି ପରିସରରେ ୨୨ରୁ ୨୭ତାରିଖ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ l ବି.ଟେକ ତୃତୀୟ ବର୍ଷର ଚମ୍ପିୟାନ ଦଳକୁ ଆଇଆଇଟିର ନିର୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଳକର ମେଜର ଧ୍ୟାନ ଚାନ୍ଦ ଟ୍ରଫି ପ୍ରଦାନ କରିଥିଲେ l

Related Articles

Leave a Reply

Your email address will not be published.

Back to top button