ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ଭୁବନେଶ୍ବର: ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟ ଦିନ ୧୦ଟା ୩୭ ମିନିଟ୍ ସମୟରେ ମା’ଙ୍କ ପାଖରେ ଲାଗି ହୋଇଛି ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ । ମା’ଙ୍କ ଦର୍ଶନ କରି ଘରେ ଘରେ ନୂଆ ଖାଇବେ । ଏହାସହ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବ ।
ନୂଆଁଖାଇ ପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା । ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ଠାରେ ପହଂଚିବା ପରେ ମା’ଙ୍କ ଠାରେ ଲାଗି ହେବ ନବାନ୍ନ । ନୂଆଁ ଲାଗିହେବା ପରେ ଜିଲ୍ଲାବାସୀ ନୂଆ ଖାଇବେ । ସେହିଭଳି ଗଣପର୍ବ ନୂଆଁଖାଇରେ ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ । ନୂଆଁଖାଇ ପାଇଁ ଘରେ ଘରେ ଆରମ୍ଭ ହୋଇଗଲାଣି ପିଠାପଣା ପ୍ରସ୍ତୁତି । । ନୂଆଁଲାଗି ସାରିବା ପରେ ପରିବାର ସହ ଏକାଠି ନୂଆଁଖାଇବେ ପଶ୍ଚିମ ଓଡିଶାବାସୀ । ପରେ ଜୁହାରଭେଟ୍ ତାପରେ ନୂଆଁଖାଇ ଭେଟଘାଟରେ ଦୁଲୁକିବ ଗାଁ ଠୁ ସହର ।

Related Articles

Leave a Reply

Your email address will not be published.

Back to top button