ମେଡିକାଲ ଛକ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧିତ ହେଲା “ମୋ ପରିବାର”

ଜଟଣୀ : ରାମଚନ୍ଦ୍ରପୁର ସ୍ଥିତ ମା”ଉତ୍ତରାୟଣୀ ପୀଠରୁ ଅଗ୍ରଣୀ ସାମାଜିକ ସଂଗଠନ”ମୋ ପରିବାର”ର ସଦସ୍ୟମାନେ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜାର ସମସ୍ତ ପୂଜା ମଣ୍ଡପରେ ଦର୍ଶନ କରିବା ସହିତ ସମାଜରେ ସଂସ୍କାରିତ ମାଧ୍ୟମରେ ପରିବର୍ତ୍ତନ ପାଇଁ ଏକ ନିଆରା ପ୍ରୟାସକୁ କିପରି ସଫଳତାରେ କାର୍ଯ୍ୟ କରିପାରିବେ ଶ୍ରୀଗଣେଷ,ଲକ୍ଷ୍ମୀ ଓ ସରସ୍ବତୀଙ୍କ ଠାରୁ ଆର୍ଶିବାଦ କାମନା କରିଥିଲେ l”ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ବାଇକରେ ବାହାରି ପ୍ରଥମେ ହରିଭାଇନା ଛକ ପୂଜାମଣ୍ଡପରେ ଦର୍ଶନ କରିବା ପରେ ସମସ୍ତ ପୂଜା ମଣ୍ଡପ ଯାଇଥିଲେ ଏବଂ ଲୋକମାନଙ୍କୁ “ମୋ ପରିବାର”ର ନୀତି,ନିୟମ ଏବଂ କାର୍ଯ୍ୟ ବିଷୟରେ ଲିଫଲେଟ୍ ମାଧ୍ୟରେ ଅବଗତ କରାଇଥିଲେ l ମେଡିକାଲ ଛକ ପୂଜା ମଣ୍ଡପର ସଭାପତି,ସମ୍ପାଦକ ଏବଂ କର୍ମକର୍ତ୍ତା ମାନେ ସ୍ୱାଗତ କରିବା ସହିତ ମୋ ପରିବାର ପ୍ରତିଷ୍ଠାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସେହିପରି ଗୋପବନ୍ଧୁ ଛକ ପୂଜାମଣ୍ଡପର ସମ୍ପାଦକ ସ୍ୱାଗତ କରିବା ସମୟରେ ଉପସ୍ଥିତ ଥିବା କଂଗ୍ରେସ ନେତା ସଂଗ୍ରାମ କେଶରୀ ରାଉତରାୟ, ବିଜେପି ନେତା ବିଶ୍ୱରଂଜନ ବଡ଼ଜେନା,ବିଜେଡି ନେତା ସୁଦର୍ଶନ ସୁନ୍ଦରାୟ ଏବଂ ବରିଷ୍ଠ ଆଇନଜୀବୀ ଅବନୀ ରାଉତରାୟ ପ୍ରମୁଖ “ମୋ ପରିବାର” ବିଷୟରେ ଶ୍ରୀ ଶତପଥୀଙ୍କ ଠାରୁ ବୁଝିବାର ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମରେ ମହାବୀର ସେନାର ସଭାପତି ଶୁଭ୍ରାଂଶୁ କୁମାର,ଵିନତୀ ପ୍ରଧାନ,ରୋଶନ ନାୟକ,ମୋ ପରିବାର ମନୋଜ ଜେନା,ବୁବୁ ସ୍ୱାଇଁ,ଭାଗ୍ୟଧର ମହାପାତ୍ର,ମନୋଜ ମହାରଣା,ଗଟୁ ଶର୍ମା,ଆକାଶ ଚମ୍ପତ୍ତି,ସସ୍ମିତା ମହାପାତ୍ର, ମଧୁମିତା ପାଣି,ସନ୍ଧ୍ୟା ରାଣୀ ମହାରଣା,ଭାରତୀ ସିଂହ, ସିକନ ଦାସ,ମିଠି ମହାପାତ୍ର ସହିତ ମିଳିତ ସଂଘର ବହୁ ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ l

Related Articles

Leave a Reply

Your email address will not be published.

Back to top button