ସେବା ଗୌରବ ସମ୍ମାନରେ ସମ୍ମାନିତ ‘ମୋ ପରିବାର’

ଖୋର୍ଦ୍ଧା / ଜଟଣୀ: ରାମଚନ୍ଦ୍ରପୁର ସ୍ଥିତ ମା” ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ସାମାଜିକ ସଂଗଠନ “ମୋ ପରିବାର”ର ସଦାସର୍ବଦା ନିଆରା କାର୍ଯ୍ୟ କରି ଚାଲିଛି। ନିଜର ନୀତି, ନିୟମ ଏବଂ ଆଦର୍ଶ ପାଇଁ ସବୁ ସ୍ଥାନରେ ସମ୍ବର୍ଦ୍ଧିତ ହେବା ସହିତ ପ୍ରସଂଶା ପାଉଛି। ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ରାଣୀପୁର ସ୍ଥିତ ବାପା ମା”ଙ୍କ ସେବାଶ୍ରମର ପଞ୍ଚମ ବାର୍ଷିକ ଉତ୍ସବ-୨୦୨୬ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇ “ମୋ ପରିବାର”କୁ ସେବା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା।

“ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମାଜରେ ସଂସ୍କାର ମାଧ୍ୟମରେ ପରିବର୍ତ୍ତନ ପାଇଁ ଏକ ନିଆରା ପ୍ରୟାସକୁ କିପରି ସଫଳତାରେ କାର୍ଯ୍ୟ କରିପାରିବେ ସେ ବିଷୟରେ ମଞ୍ଚରେ ବଖାଣିଥିଲେ। ଏହି କାର୍ଯ୍ୟକ୍ରମରେ ଆଶ୍ରମର ପ୍ରତିଷ୍ଠାତା ଗୌତମ ମହାରଣା, ଆଶ୍ରମର ଅଧ୍ୟକ୍ଷା ଜ୍ୟୋତି ମହାରଣା ସଭାପତିତ୍ବ କରୁଥିବା ବେଳେ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ବିଶ୍ୱ ରଂଜନ ବଡ଼ଜେନା, ସାଂସଦ ପ୍ରତିନିଧି ସତୀଶ ଶର୍ମା, ଶିକ୍ଷାବିତ୍ ତିଲୋଚନ ମହାପାତ୍ର, ଆଇନଜୀବୀ ଅବନୀ କୁମାର ରାଉତରାୟ, ଆଇନଜୀବୀ ଜ୍ୟୋତିର୍ମୟୀ ପଣ୍ଡା ଏବଂ ବହୁ ସାମାଜିକ କର୍ମୀ ମାନେ ଯୋଗ ଦେଇଥିଲେ ।

ଉକ୍ତ ଉତ୍ସବରେ” ମୋ ପରିବାର” ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ, ସଦସ୍ୟା ମମତା ଦ୍ବିବେଦୀ, ଲିଲି ପଟ୍ଟନାୟକ, ଦୀପା ନାୟକ, ଭାରତୀ ସିଂ, ସ୍ୱପ୍ନା ରାଣୀ ମଙ୍ଗରାଜ, କିଷ୍ଣା ମିଶ୍ର, ପ୍ରୀୟାଙ୍କା ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା “ମୋ ପରିବାର”ର ପ୍ରତିଷ୍ଠାତା ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button