“ମୋ ପରିବାର” ପକ୍ଷରୁ ବିଶ୍ଵ ଜଳ ଦିବସ ପାଳିତ

ଜଟଣୀ (ଶୁଭେନ୍ଦ୍ର ଶତପଥୀ): ମୋ ପରିବାର ସଦାସର୍ବଦା ନିଆରା ଚିନ୍ତା ଓ ନିଆରା ପ୍ରୟାସ କରିଚାଲିଛି l ଜଳ ହିଁ ଜୀବନ,ଜଳ ବିନା ଜିଇଁବା ଅସମ୍ଭବ । ଆମର ଦୈନିନ୍ଦିନ ଜୀବନରେ ଜଳର ବ୍ୟବହାର କେତେ ଅପରିହାର୍ଯ୍ୟ ଆମେ ସମସ୍ତେ ଜାଣୁ । କେବଳ ସେତିକି ନୁହେଁ କୃଷି ଠାରୁ ଆରମ୍ଭ କରି କଳକାରଖାନା,ନିର୍ମାଣ କାର୍ଯ୍ୟ ଆଦି ସମସ୍ତ କ୍ଷେତ୍ରରେ ଜଳର ଆବଶ୍ୟକ ରହିଛି । ନଦୀ, ପୋଖରୀ,ସମୁଦ୍ର ଭଳି ପ୍ରକୃତି କୋଳରେ ଅନେକ ଜଳ ଉତ୍ସ ଥିଲେ ବି ଆଜି ଜନ ବିସ୍ପୋରଣ ହେଉ କି ଦୂଷିତ ପରିବେଶ ପାଇଁ ବର୍ଷାର ଅଭାବ କି ଜଳ ବ୍ୟବହାରର ଦୂରୂପ ଯୋଗ ଆଦି ବିଭିନ୍ନ କାରଣରୁ ଜଳର ଅଭାବ ପରିଲକ୍ଷିତ ହେଉଛି । ଭୂତଳ ଜଳ ସ୍ତର ଦିନକୁ ଦିନ ହ୍ରାସ ହେବାର ଲାଗିଛି । ସ୍ବଚ୍ଛ ଜଳ ବିନା ସୁସ୍ଥ ଶରୀର ମଧ୍ୟ ସମ୍ଭବ ନୁହେଁ । ତେଣୁ ଉତ୍ତର ପିଢ଼ୀଙ୍କ ପାଇଁ ଜଳ ସଂରକ୍ଷଣ କରିବା ଏବଂ ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ଗାନ୍ଧୀନଗର ରେ ବିଶ୍ଵଜଳ ଦିବସ ପାଳନ ଉତ୍ସବରେ “ମୋ ପରିବାର”ର ସଦସ୍ୟ ଓ ସଦସ୍ୟା ମାନଙ୍କୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ “ମୋ ପରିବାର”ର ସଦସ୍ୟା ସସ୍ମିତା ମହାପାତ୍ର,ଲିଲି ପଟ୍ଟନାୟକ,ମମତା ଦ୍ଵିବେଦୀ,ଲକ୍ଷ୍ମୀପ୍ରିୟା ମିଶ୍ର,ସ୍ଵର୍ଣ୍ଣମୟୀ ଦାସ,ଦୀପା ନାୟକ,ଭାରତୀ ସିଂହ,ସିକନ ଦାସ, ଗୀତାଞ୍ଜଳି ନନ୍ଦ,ଭାଗ୍ୟଧର ମହାପାତ୍ର ସଦସ୍ୟମାନେ ପରିଚାଳନା କରିଥିବା “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button