ଗୁରୁ ପୂର୍ଣ୍ଣିମା ପାଳନ କଲା “ମୋ ପରିବାର”

ଜଟଣୀ(ଶୁଭେନ୍ଦ୍ର ଶତପଥୀ): ସବୁବେଳେ ନିଆରା କାର୍ଯ୍ୟ କରିଆସିଛି ଆଜି ଗୁରୁ ପୂର୍ଣ୍ଣିମାକୁ ମଧ୍ୟ ନିଆରା ରୂପରେ ପାଳନ କରାଯାଇଛି l ସ୍ଥାନୀୟ ଶ୍ରୀହରି ବିହାର ସ୍ଥିତ ପାର୍କରେ “ମୋ ପରିବାର”ର ବୈଠକରେ ଏକ ନିଆରା କଥା ଦେଖିବାକୁ ମିଳିଥିଲା l “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ପ୍ରଥମେ ଉପସ୍ଥିତ ହୋଇ ସେଠାରେ ଉପସ୍ଥିତ ଥିବା ଛୋଟ ଛୋଟ ପିଲାମାନଙ୍କୁ ଯୋଗ ଶିକ୍ଷା ଦେବା ସହିତ କିପରି ସଂସ୍କାରିତ ହେବା ଓ ନିଜକୁ କିପରି ଭଲ ମଣିଷ ହୋଇପାରିବା ଶିକ୍ଷା ପ୍ରଦାନ କରିବା ସମୟରେ “ମୋ ପରିବାର”ର କିଛି ସଦସ୍ୟ ଆସି ପ୍ରତିଷ୍ଠାତା ଶ୍ରୀ ଶତପଥୀଙ୍କୁ ଗୁରୁ ବନ୍ଦନା କରି ପ୍ରଣାମ କରି ସାରି ସମ୍ବର୍ଦ୍ଧିତ କରିଥିଲେ l ଏହା ଦେଖି ଶ୍ରୀ ଶତପଥୀ ଆଶ୍ଚର୍ଯ୍ୟ ହୋଇ ଆଖିରେ ଲୁହ ଆସିଯାଇଥିଲା l

ଏହି ମହାନ କାର୍ଯ୍ୟକୁ ସଦସ୍ୟା ଭାରତୀ ସିଂହ ଶୁଭାରମ୍ଭ କରିଥିଲେ ତାଙ୍କ ସହିତ ସହଯୋଗ କରିଥିଲେ “ମୋ ପରିବାର”ର ବୁବୁ ସ୍ୱାଇଁ, ମଧୁମିତା ପାଣି,ସସ୍ମିତା ମହାପାତ୍ର,ମନୋଜ କୁମାର ମହାରଣା ଏବଂ ରାଣୀ ମହାରଣା “ମୋ ପରିବାର” ପ୍ରତିଷ୍ଠାତାଙ୍କ ନୀତି, ନିୟମ ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବହୁତ ଶିକ୍ଷା ଓ ଜୀବନରେ କିପରି ଖୁସି ସହିତ ସଂସ୍କାରିତ ହୋଇପାରିଛନ୍ତି ଉପସ୍ଥିତ ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଛଳ ଛଳ ଆଖିରେ ପ୍ରକାଶ କରିଥିଲେ ଏବଂ କୁନି କୁନି ପିଲାମାନେ ଉକ୍ତ ମହାନ ଦିନଟି ଖୁସୀରେ ପାଳନ କରିଥିଲେ l

Related Articles

Leave a Reply

Your email address will not be published.

Back to top button