ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ। ଆଜି କଟକରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ତାଙ୍କର ଇସ୍ତଫା ସଂପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆଜି ଚାରିଟା ବେଳେ ଦଳର ସଭାପତିଙ୍କୁ ଏକ ଚିଠି ଲେଖିଛି। ସେଥିରେ ମୁଁ ଦଳରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛି। ତେବେ ତାଙ୍କର ଇସ୍ତଫା ନେଇ ଓଡିଶା ରାଜନୀତିରେ ଚର୍ଚ୍ଚା ଚାଲିଛି। କାରଣ ତାଙ୍କୁ ଏଥର ଦଳ ଟିକେଟ ଦେବ ନାହିଁ ବୋଲି ସେ ନିଶ୍ଚିତ ଅବଗତ ହୋଇପାରିଛନ୍ତି। ସେଥିପାଇଁ ସେ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି। ଗତଥର ମଧ୍ୟ ତାଙ୍କୁ ଦଳ ଟିକେଟ ଦେବ କି ନାହିଁ ଚିନ୍ତା କରିଥିଲା। ହେଲେ ଶେଷରେ ତାଙ୍କୁ ଦଳ ଟିକେଟ ଦେଇଥିଲା। ଏବେ ବିଜେଡିରୁ ଇସ୍ତଫା ଦେବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି।

Related Articles

Leave a Reply

Your email address will not be published.

Back to top button