ରମାକାନ୍ତ ରଥଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ବର: ଗଙ୍ଗାଧର ମେହେର ପ୍ରତିଷ୍ଠାନ ଓ ଗଙ୍ଗାଧର ମେହେର ସ୍ମୃତି କମିଟି ପକ୍ଷରୁ ପଦ୍ମଭୂଷଣ କବି ରମାକାନ୍ତ ରଥଙ୍କ ଶୋକସଭା ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ପାଳିତ ହୋଇଯାଇଛି । ଗଙ୍ଗାଧର ମେହେର ସ୍ମୃତି କମିଟିର ଅଧ୍ୟକ୍ଷ ସଂଜୀବ ଚନ୍ଦ୍ର ହୋତା ବୈଠକରେ ସଭାପତିତ୍ବ କରି ରମାକାନ୍ତ ରଥଙ୍କୁ ଅଭିମାନ ଓ ଅହଙ୍କାର ବିହିନ ବ୍ୟକ୍ତିତ୍ବ ବୋଲି କହିଥିଲେ। ଅନୁଷ୍ଠିତ ଶୋକସଭାରେ ମୁଖ୍ୟଅତିଥି ଭାବେ ଉପଦେଷ୍ଟା ନରେନ୍ଦ୍ର କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ସମାଜର ଡିଜିଟାଲ ସମ୍ପାଦକ ଗୋପାଳକୃଷ୍ଣ ମିଶ୍ର ଯୋଗଦେଇ ସ୍ଵର୍ଗତଃ ରମାକାନ୍ତ ରଥଙ୍କ ଗୁଣଗାନ କରିଥିଲେ। ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧ୍ୟକ୍ଷ ମିହିର ମେହେର ଯୋଗ ଦେଇ କହିଥିଲେ ଯେ, ରମାକାନ୍ତ ରଥ ସ୍ଵଭାବକବିଙ୍କ ପ୍ରତି ଅନୁରାଗୀ ଥିଲେ। ସେ ବରପାଲି ଯାଇ କବି କୁଟିର ଓ ସମାଧି ସ୍ଥାନ ପରିଦର୍ଶନ କରିଥିଲେ । ସ୍ଵର୍ଗତ୍‌ ରଥଙ୍କୁ ଗଙ୍ଗାଧର ମେହେର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସନତ କୁମାର ସାହୁ, ତରଣୀ ସେନ ସାହୁ, ରବି ନାରାୟଣ ରାୟ, ସୁରେଶ ମହାପାତ୍ର, ହରିଶ୍ଚନ୍ଦ୍ର ବେହେରା, ବିଷ୍ଣୁ ଚରଣ ସାହୁ ଓ ଅବିନାଶ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ସ୍ମୃତି କମିଟିର ସମ୍ପାଦକ ତଥା ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଧନ୍ୟବାଦ୍‌ ଦେଇଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button