ଡ୍ରୋନ ଦ୍ୱାରା ଚାଲିବ ମଶା ମରା ଅଭିଯାନ

ଭୁବନେଶ୍ୱର : ଏଣିକି ଭୁବନେଶ୍ୱର ମଶା ଆଉ ପାଇବେନି ନିସ୍ତାର I ମଶାଙ୍କ ବଂଶ ବିସ୍ତାରକୁ ରୋକିବାକୁ ବିଏମସି ଆପଣେଇଲା ଅଭିନବ ଉପାୟ I ଡ୍ରୋନ ଦ୍ୱାରା ହେବ ମଶା ବଂଶ ନିପାତ I ମଶା ଦମନ ପାଇଁ ଡ୍ରୋନ ମାଧ୍ୟମରେ ହେବ କେମିକାଲ ସ୍ପ୍ରେ। ଗାଡ଼ି ଯାଇ ପାରୁନ ଥିବା, ଅବ୍ୟବହୃତ ଜଳାଶୟ ରାସ୍ତା ନ ଥିବା ଅଞ୍ଚଳରେ ମଶା ଦମନ୍‌ ରେ ସାମିଲ ହେବ ଡ୍ରୋନ। ଆଗାମୀ ଏକ ମାସ ପର୍ଯ୍ୟନ୍ତ ବ୍ୟାପକ ହେବ ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବା ଅଭିଯାନ। ବଢିବ ଟିଫା ମେସିନ ଓ ଟିମ ସଂଖ୍ୟା। ମଶାବଂଶ ବୃଦ୍ଧିର କାରଣ ଜାଣିବାକୁ ଓ ଏହାର ପ୍ରତିକାର ପାଇଁ ନିଆଯିବ ବୈଜ୍ଞାନିକଙ୍କ ପରାମର୍ଶ। ଏହା ସହିତ ଗ୍ରାସ, ବୁଶ କଟିଙ୍ଗ ଟିମ୍‌ ବଢାଯିବ। ଅଧିକ ମଶା ବଂଶ ବୃଦ୍ଧି ହେଇଥିବା ଅଞ୍ଚଳରେ ଟେକ୍ନିକାଲ ଟିମ୍‌ ସର୍ଭେ କରିବେ। ଆକାଶ ମାର୍ଗରୁ କରାଯିବ ରସାୟନିକ ଔଷଧ ସିଞ୍ଚନ। ଏନେଇ ସୂଚନା ଦେଲେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

Related Articles

Leave a Reply

Your email address will not be published.

Back to top button