ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଦିଆଗଲା ରାଜସ୍ବ ବିଭାଗ ଦାୟିତ୍ବ

ଭୁବନେଶ୍ବର: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ। ଏହି ମନ୍ତ୍ରୀ ଦାୟିତ୍ବରେ ଥିବା ପ୍ରମିଳା ମଲ୍ଲିକ ଆଜି ସକାଳେ ଇସ୍ତଫା ଦେଇ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦେବା ସହିତ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇଛି। ପୂର୍ବରୁ ସୁଦାମ ମାର୍ଣ୍ଡି ଏହି ବିଭାଗର ଦାୟିତ୍ବରେ ଥିଲେ। ଜୁନ ଚାରି ତାରିଖରେ ନବୀନ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କରି ତାଙ୍କୁ ମନ୍ତ୍ରୀରେ ସାମିଲି କରିଥିଲେ। ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର ପରେ ସୁଦାମ ଉଚ୍ଚ ଶିକ୍ଷା ମନ୍ତ୍ରୀ ହୋଇଥିଲେ। ସେତେବେଳେ ନବୀନ ତିନିଜଣଙ୍କୁ ନୂଆ ମନ୍ତ୍ରୀ ଭାବେ ସାମିଲି କରାଇଥିଲେ। ସେମାନେ ହେଲେ ସୁଦାମ ମାର୍ଣ୍ଡି, ସାରଦା ନାୟକ ଏବଂ ବିକ୍ରମ କେଶରୀ ଅରୁଖ। ବିକ୍ରମ କେଶରୀ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button