୧ମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ

ଭୁବନେଶ୍ୱର : ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଏକ ଅଂଶ ସ୍ୱରୂପ, ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ଧାର୍ଯ୍ୟ କରାଯାଇଛି। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ସୁନିଶ୍ଚିତ କରିବା ପାଇଁ ଶିକ୍ଷାବିତ୍ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ଛାତ୍ରଛାତ୍ରୀମାନଙ୍କୁ ଅଧିକ ନମନୀୟତା ପ୍ରଦାନ କରିବା ପାଇଁ, ଛଅ ବର୍ଷ ବୟସ ପୂରଣ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ କହିଛି। ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ନିୟମ ୬ ବର୍ଷ ବୟସ ଧାର୍ଯ୍ୟ ହୋଇଛି। ମାର୍ଚ୍ଚ ୩୧ ପରିବର୍ତ୍ତେ ସେପ୍ଟେମ୍ବର୧ ତାରିଖକୁ ବୟସ ସୀମା ଧରାଯିବ। ସେପ୍ଟେମ୍ବର ୧ ସୁଦ୍ଧା ବୟସ ୬ କିମ୍ବା ତଦୁର୍ଦ୍ଧ ହେଲେ ପ୍ରଥମ ଶ୍ରେଣୀ ନାମ ଲେଖାଇ ପାରିବେ ପିଲା। ୨୦୨୫-୨୬ ଶିକ୍ଷାବର୍ଷରେ ବାଲବାଟିକାରେ ନାମଲେଖା ପାଇଁ ୫ବର୍ଷ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୬ବର୍ଷ ବାଧ୍ୟତାମୂଳକ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button