ସାରା ଦେଶରେ ଯାଞ୍ଚ ହେବ କ୍ଷୀର

ଭୁବନେଶ୍ୱର: ସାରା ଦେଶରେ ଦୁଗ୍ଧ ଓ ଦୁଗ୍ଧ ଜାତୀୟ ସାମଗ୍ରୀକୁ ଯାଞ୍ଚ କରାଯିବ । ଏଫଏସଏସଏଆଇ ପକ୍ଷରୁ ଏହି ଯାଞ୍ଚ କରାଯିବ । ଏଫଏସଏସଏଆଇ ଅର୍ଥ ହେଉଛି  ଫୁଡ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ । ଦୁଗ୍ଧ ଓ ଦୁଗ୍ଧ ଜାତୀୟ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ଏହି ଯାଞ୍ଚ  କରାଯିବ । କ୍ଷୀର ସହ ଘିଅ, ଖୁଆ, ଛେନା, ପନିର, ଦହି ଓ ଆଇସକ୍ରିମ ବି ଯାଞ୍ଚ ହେବ । ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାମାନଙ୍କରେ ଏହି ଯାଞ୍ଚ ହେବ । ଦେଶର ସବୁ ଜିଲ୍ଲାରୁ ସାମ୍ପୁଲ ସଂଗ୍ରହ କରି ଫୁଡ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ଏହାର ଯାଞ୍ଚ କରିବ । ସଂଗଠିତ ଓ ଅସଂଗଠିତ କ୍ଷେତ୍ରରୁ ସାମ୍ପୁଲ ସଂଗ୍ରହ କରି ଯାଞ୍ଚ କରାଯିବ ବୋଲି ଜଣାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button