ଏମବିବିଏସ ଓ ବିଡିଏସ ନାମଲେଖା: ପ୍ରଥମ ପର୍ଯ୍ୟାୟରେ ୧୨୯୬ ନାମଲେଖାଇଲେ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜରେ ପ୍ରଥମ ପର୍ଯ୍ୟାୟରେ ଏମବିବିଏସ ଓ ବିଡିଏସ ସିଟ୍‌ରେ ୧୨୯୬ ଜଣ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୫୬୩ଜଣ ପିଲାଙ୍କୁ ସିଟ୍ ଆବଣ୍ଟନ କରାଯାଇଥିବା ବେଳେ ୨୬୭ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ନାହାନ୍ତି । ନାମଲେଖା ପରେ ଖାଲିଥିବା ସିଟ୍ ସମ୍ପର୍କିତ ତାଲିକା ନଭେମ୍ବର ୬ ତାରିଖ ସଂଧ୍ୟାରେ ପ୍ରକାଶ ପାଇବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୭ରୁ ୧୦ ମଧ୍ୟରେ ଆବେଦନ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲମେଣ୍ଟ ତାଲିକା ୧୨ ତାରିଖ ଅପରାହ୍ଣ ୫ଟାରେ ପ୍ରକାଶ ପାଇବ । ତାଲିକା ଅନୁଯାୟୀ ପିଲାମାନେ ୧୯ରୁ ୨୧ ତାରିଖ ମଧ୍ୟରେ ନାମଲେଖାଇବେ । ତେବେ ଡିସେମ୍ବର ୬ ତାରିଖରେ ସ୍ପଟ୍ ନାମଲେଖା ପାଇଁ ତାରିଖ ପ୍ରକାଶ ପାଇବ । ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ େଓବସାଇଟ୍ ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button