ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍‌ ଛାତ୍ର ମୃତ

ଭୁବନେଶ୍ବର : ରାଜ୍ୟରେ ଛାଲିଛି ମାଟ୍ରିକ୍‌ ପରୀକ୍ଷା  । ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍‌ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦାମନଯୋଡି ପରୀକ୍ଷା କେନ୍ଦ୍ର ମାଲୁ ସାଆନ୍ତ ସ୍କୁଲରେ ।  ସୂଚନା ଅନୁସାରେ ଆଜି ପରୀକ୍ଷା ଦେବାକୁ ପରୀକ୍ଷା କେନ୍ଦ୍ରରେ ଉକ୍ତ ଛାତ୍ର ଜଣଙ୍କ ପହଞ୍ଚିବା କ୍ଷଣି ଅଚେତ ହୋଇଯାଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍କୁଲ କତ୍ତୃପକ୍ଷ ଦ୍ୱାରା ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଛାତ୍ରଜଣଙ୍କ ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଏଭଳି ଅଭାବନୀୟ ଘଟଣା ପାଇଁ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Related Articles

Leave a Reply

Your email address will not be published.

Back to top button