ପ୍ରେମୀ ଯୁଗଳ ବିଷ ପିଇବା ଘଟଣା: ଉଭୟ ପ୍ରେମିକ ଓ ପ୍ରେମିକା ମୃତ

ଭୁବନେଶ୍ବର: ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ଉପର ମଣିନାଗରେ ଏକ ଅଭାବନୀୟ ଘଟଣା ଘଟିଥିଲା।  ପ୍ରେମୀ ଯୁଗଳ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ଉପର ମଣିନାଗ ପୀଠ ଯାଇଥିବା ଏକ କାର ଯାତ୍ରୀମାନେ ସେମାନଂକୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରେମିକର ମୃତ୍ୟୁ ହୋଇଥିବା ଜଣାପଡିଛି। ତଥ୍ୟ ସଂଗ୍ରହ ଅନୁଯାୟୀ ରଣପୁର ଥାନା ମହତପଲ୍ଲା ଗ୍ରାମ ପଞ୍ଚାୟତ ମାନପୁର ଗ୍ରାମର ଭୀମସେନ ଦାସଙ୍କ ପୁଅ ତପନ ଦାସ ଟାଙ୍ଗୀ ଥାନା ଝରିଆ ଗ୍ରାମ ପଞ୍ଚାୟତ ରାମଚନ୍ଦ୍ରପୁରର ଟିକିନାଙ୍କୁ ୫ ବର୍ଷ ତଳେ ଭଲ ପାଇଥିଲେ। ଏସବୁ ଜାଣି ଉଭୟ ପରିବାର ବିବାହ ପାଇଁ ରାଜି ହୋଇ ନ ଥିଲେ। ପରେ ଟିକିନା ମାନପୁର ଗ୍ରାମର ନକୁଳଙ୍କ ପୁଅ ମାନସକୁ ବିବାହ କରିଥିଲେ। ତାଙ୍କର ୪ ବର୍ଷର ଗୋଟିଏ କନ୍ୟା ସନ୍ତାନ ରହିଛି। ଅପରପକ୍ଷରେ ପ୍ରେମିକ ତପନ ବାଲୁଗାଁରେ ପ୍ରେମ ବିବାହ କରିଥିଲେ। ତାଙ୍କର ୨ ବର୍ଷ ଗୋଟିଏ ପୁତ୍ର ସନ୍ତାନ ରହିଛି। କିନ୍ତୁ ଉଭୟେ ବୁଧବାର ଲୁଚିକରି ବାଇକ୍ ଯୋଗେ ଉପର ମଣୀନଗ ପୀଠକୁ ଆସି ଏଭଳି ଚରମ ନିଷ୍ପତ୍ତି ନେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button