ପ୍ରଭୁ ଲିଙ୍ଗରାଜଙ୍କ ଜଳାଭିଷେକ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାଦେବଙ୍କ ଦର୍ଶନ ସହ କରିବେ ଜଳାଭିଷେକ କରିଛନ୍ତି । ମନ୍ଦିର କାର୍ୟ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁଙ୍କୁ ରାଷ୍ଟ୍ରପତିଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନାରେ ସହାୟତା କରିଛନ୍ତି । ଏହି ସମୟରେ ସେବାୟତଙ୍କ ପକ୍ଷରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଓ କୋରା ଖଇ ଭେଟି ଦେଇଥିଲେ  ସେବାୟତ । ମନ୍ଦିରରେ ରାଷ୍ଟ୍ରପତି ପ୍ରାୟ ୪୫ ମିନିଟ ରହିଥିଲେ । ତେବେ ରାଷ୍ଟ୍ରପତି ମାଉସୀ ମା ଛକରୁ ରଥ ରୋଡ ହୋଇ ମନ୍ଦିର ଆସିଥିଲେ। ପ୍ରଥମେ ପାଦହରା ପୁଷ୍କରିଣୀରେ ପାଦ ଧୋଇ ମନ୍ଦିରକୁ ଆସିଥିଲେ । ତିନି ନିଯୋଗ ସମ୍ପାଦକ ମାନେ ମନ୍ଦିରକୁ ପାଛୋଟି ନେଇଥିଲେ ।

Related Articles

Leave a Reply

Your email address will not be published.

Back to top button