ଚାଲିଶ ମିନିଟ ବିଳମ୍ବରେ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ଖସିପଡିଲେ ଜଣେ ସେବକ

ଭୁବନେଶ୍ବର: ଆଜି ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ନିର୍ଦ୍ଧାରିତ ସମୟର ୪୦ ମିନିଟ ବିଳମ୍ବରେ ଉଠିଛି। ଭକ୍ତମାନେ ଆତୁର ଚିତ୍ତରେ ଏହି ମହାଦୀପ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ। ସେବକମାନେ ମନ୍ଦିର ଶିଖରକୁ ଉଠିବା ପରେ ପୁରା ମନ୍ଦିର ହରିବୋଲ ହୁଳହୁଳିରେ ଉଛୁଳି ପଡିଥିଲା। ତେବେ ଏହି ମହାଦୀପ ନେବା ବେଳେ ଏକ ଅଘଟଣ ଘଟିଥିଲା। ତାହା ହେଲା ମହାଦୀପ ନେଇ ମନ୍ଦିର ଉପରକୁ ଚଢିବା ବେଳେ ଜଣେ ସେବକ ମନ୍ଦିର ଉପରୁ ମହାଦୀପ ଧରି ଖସି ପଡିଲେ। ଫଳରେ ଅନ୍ୟଜଣେ ସେବକ ସେହି ମହାଦୀପ ଧରି ମନ୍ଦିର ଚୂଡାକୁ ଯାଇଥିଲେ। ଖସିପଡିଥିବା ସେବକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button