ସୌରିନ୍ ଭଟ୍ଟଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି

ଭୁବନେଶ୍ୱର: ବଢିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ । ସୌରିନ୍ ଭଟ୍ଟଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି କମିଶନରେଟ୍ ପୋଲିସ । କୋଲକାତାରେ ସୌରିନ୍ ଭଟ୍ଟଙ୍କୁ ନପାଇବା ପରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ସୌରିନ୍ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଯାଇଥିଲା ପୋଲିସ ।3ଟି ସ୍ଥାନରେ ଖୋଜିବା ପରେ ମଧ୍ୟ ସୌରିନ୍ ଭଟ୍ଟଙ୍କୁ ପାଇନଥିଲା ପୋଲିସ । ଏହା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ ରହିଛି । ଏହି ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଥିଲେ ସୌରିନ୍ ଭଟ୍ଟ । ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ମଧ୍ୟ ଆବେଦନ କରିଥିଲେ । ହେଲେ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button