ଆଇନ କାନୁନବୀହିନ ଓଡିଶା ହିଁ ଏବେକାର ବାସ୍ତବିକତା: ଧର୍ମେନ୍ଦ୍ର

ଭୁବନେଶ୍ୱର:  ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧା ସିଧା ରାଜ୍ୟ ସରକାରଙ୍କୀ ତୀର ମାରିବା ସହିତ ଧର୍ମେନ୍ଦ୍ର ଟୁଇଟ୍ କରି ବର୍ଷିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି,  ଆଇନ କାନୁନବୀହିନ ଓଡିଶା ହିଁ ଏବେକାର ବାସ୍ତବିକତା । ଶାସନରେ ଦୀର୍ଘ ଦିନ ଧରି ରହିଥିବା ଲୋକ ଏ କଥାକୁ ଭଲସେ ଜାଣିଛନ୍ତି ବୋଲି ଧର୍ମେନ୍ଦ୍ର ଟୁଇଟ୍ କରିଛନ୍ତି । ଅନ୍ୟପଟେ ଝାରସୁଗୁଡାର ୧୫ ବର୍ଷୀୟ ଯୁବକ ସମର୍ଥର ହତ୍ୟାକୁ ନେଇ ମଧ୍ୟ ଧର୍ମେନ୍ଦ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଟୁଇଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପହରରେ ହତ୍ୟା କରିବାର ଠିକ୍ ଦୁଇ ମାସ ପରେ ସମର୍ଥଙ୍କ ହତ୍ୟା ଓଡିଶା ସରକାରଙ୍କ ଆଇନ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ଓଡିଶାରେ ଏବେ ନା ଲୋକ ନା ଜନପ୍ରତିନିଧି, କେହି ବି ସୁରକ୍ଷିତ ନୁହଁନ୍ତି । ଝାରସୁଗୁଡାରେ ନିୟମିତ ଭାବେ ଏମିତି ବୀଭତ୍ସ ଘଟଣା ଦେଖିବାକୁ ମିଳୁଛି । ଯାହା ଫଳରେ ଓଡିଶା ଲୋକଙ୍କର ବିଶ୍ୱାସ କମିବାକୁ ଲାଗିଲାଣି ବୋଲି ଧର୍ମେନ୍ଦ୍ର କହିଛନ୍ତି । ତେବେ ଖାଲି ସେତିକି ନୁହେଁ, ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ସରକାର ଚେଷ୍ଟା କରିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button